‘ହର ଘର ତ୍ରିରଙ୍ଗା’ ଓ ‘ସ୍ଵଚ୍ଛ ଭାରତ’ ପାଇଁ ବିଜେପି ର ପ୍ରସ୍ତୁତି ବୈଠକ
ଝରିଗାଁ, ୦୮ / ୦୮ ( ନକୁଳ ଭତ୍ରା ) : ହର ଘର ତ୍ରିରଙ୍ଗା , ସ୍ଵଚ୍ଚ ଭାରତ ଅଭିଯାନ କାର୍ଯ୍ୟକ୍ରମ ସଫଳ ରୂପାୟନ ଦେବା ନିମନ୍ତେ ବିଜେପି ଦଳର ଜିଲ୍ଲା ସଭାପତିଙ୍କ ନିର୍ଦ୍ଦେଶରେ ଧୋଡ୍ରା ମଣ୍ଡଳର କାର୍ଯ୍ୟକ୍ରର୍ତ୍ତା ଙ୍କ ଆଜି ଧୋଡ୍ରା ସ୍ଥିତ ଶିବ ମନ୍ଦିର ପ୍ରାଣଙ୍ଗରେ ଧୋଡ୍ରା ମଣ୍ଡଳ ସଭାପତି -ଭୁଜବଳ ଗୌଡ ଙ୍କ ଅଧ୍ଯକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ଧୋଡ୍ରା ସ୍ଥିତ ଶିବ ମନ୍ଦିର ପ୍ରାଣଙ୍ଗରେ ହର ଘର ତ୍ରିରଙ୍ଗା ଓ ସ୍ଵଚ୍ଚ ଭାରତ ଅଭିଯାନ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା ଏହି କାର୍ଯ୍ୟକ୍ରମ କିପରି ଭାବରେ ସ୍ୱଚାରୁ ରୂପେ ସଫଳତାର ସହ ସମାପନ ହେବ । ଦୃଢତାର ସହ ନିଷ୍ପତି ନେବା ଉଚିତ ବୋଲି ମୂଖ୍ୟ ପ୍ରଭାରି ବୁଳୁ ଷୋଡଙ୍ଗୀ କହିଥିଲେ । ଶେଷରେ ଉପସ୍ଥିତ କାର୍ଯ୍ୟକ୍ରତ୍ତା ମାନଙ୍କୁ ଧନ୍ୟବାଦ ଦେଇ ସଭାକୁ ସମାପ୍ତ କରିଥିଲେ। ଯୁଗଲ ପୂଜାରୀ, ସନୁ ଭତ୍ରା, ଘନ ମାଝୀ, ସମାରୁ ମାଝୀ, ସୁବାସ ପନକା, କନି ହରିଜନ, ତିଲୋଚନ ପନକା, ସୁରେନ୍ଦ୍ର ପନକା, ମହେଶ୍ଵର ନିଗି, କମଳୁ ଭତ୍ରା, ନର ଭତ୍ରା ସୁଜନ ଭକ୍ତ , ଭଜମନ କଳାର ,ସହଦେବ ପନକା,ରଞ୍ଜିତ ଖୁରା ଙ୍କ ସମେତ ଦଳର କାର୍ଯ୍ୟ କ୍ରତ୍ତା ସମସ୍ତେ ଉପସ୍ଥିତ ଥିଲେ।