ରାସ୍ତା ସମସ୍ୟା ଯୋଗୁଁ ଆଣ୍ଠିଏ କାଦୁଅ ରେ ଶବ ବୋହି ନେଲେ ସତ୍କାର ପାଇଁ।
କେସିଙ୍ଗା, ୧୮ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ରାସ୍ତା ନାହିଁ ବୋଲିି ଆଣ୍ଠିଏ କାଦୁଅ ରେ ଶବ ବୁହା ହେଲା।ଶବ ସତ୍କାର ପାଇଁ ଶ୍ମଶାନ କୁ ନେବା ପର୍ଯ୍ୟନ୍ତ ୨କିଲୋମିଟର ନାକେଦମ ହେବାକୁ ପଡିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ କୁଣ୍ଡାବନ୍ଧ ଗାଁ ରୁ ସାମାନା କୁ ଆସିଛି ଏଭଲି ଚିତ୍ର । କେସିଙ୍ଗା ବ୍ଳକ ରେ କାର୍ଯ୍ୟରତ ଭିସି ପରିଚାଳନା ଠିକା କର୍ମଚାରୀ ଯଶୋବନ୍ତ ମିଶ୍ର(୩୪) ଙ୍କ ମୃତ ଦେହ ସଂସ୍କାର ସମୟରେ ଘଟିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ।ଏହି କର୍ମଚାରୀ ଙ୍କ ଆଜି ହୃଦଘାତ ରେ ଅକାଳ ବିୟୋଗ ଘଟିଛି।।ଗାଁ ରୁ ୨ କିମି ଦୂରକୁ ଗାଁ ଲୋକେ ଶବ ସଂସ୍କାର କରିବାକୁ ନେବାକୁ ପଡିଥାଏ।ହେଲେ ସବୁ ଦିନିଆ ରାସ୍ତା ଟିଏ ନ ଥିବାରୁ ତେଲନଦୀ କୂଳରେ ଥିବା ଶ୍ମଶାନ କୁ କ୍ଷେତ ,ବିଲ ବାଡ଼ ଡେଇଁ ଯିବାକୁ ପଡିଥାଏ।ବିଶେଷ କରି ବର୍ଷା ଦିନରେ ଗାଁ ର ଲୋକ ମୃତ୍ୟୁବରଣ କଲେ ସମ୍ପର୍କିୟ କୁ ବହୁତ ଅସୁବିଧାର ସମ୍ମୁଖରେ ହେବାକୁ ପଡିଥାଏ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ