Hot Posts

6/recent/ticker-posts

ଜୟପୁର ସାହିତ୍ୟ ପରିଷଦର ସୁବାସ ଚନ୍ଦ୍ର ପାଣିଙ୍କ ନିଧନରେ ଶୋକସଭା।



ଜୟପୁର,୬।୮ ( ଏ. ଭେଙ୍କଟ ରାଓ ):ଏକଦା ଜୟପୁର ଅଞ୍ଚଳର ଛାତ୍ର ପରବର୍ତ୍ତୀ ସମୟରେ ଓଡିଶା ସରକାରଙ୍କ ମୁଖ୍ୟ ଶାସନସଚିବ, ପୁରାଣ ସାହିତ୍ୟର ଜଣେ ଦକ୍ଷ ଗବେଷକ, ଜୟପୁରକୁ କୋଲାବ ମୁଖ୍ୟ କେନାଲର ଅବଦାନ, ଗୁପ୍ତେଶ୍ୱର କଂପ୍ଲେକ୍ସର ପ୍ରତିଷ୍ଠାତା ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ସୁବାସ ଚନ୍ଦ୍ର ପାଣିଙ୍କ ନିଧନରେ ଜୟପୁର ସାହିତ୍ୟ ପରିଷଦ ଏକ ଶୋକ ସଭା କରିଥିଲେ। ମା ଲୋକେଶ୍ୱରୀ ବିନୋଦନ କେନ୍ଦ୍ର ଠାରେ ଅନୁଷ୍ଠିତ ହେଇଥିବା ଶୋକ ସଭାରେ ସାହିତ୍ୟ ପରିଷଦର ସଭାପତି ହରିହର କରସୁଦ୍ଧା ପଟ୍ଟନାୟକ, ନିରଞ୍ଜନ ପାଣିଗ୍ରାହୀ, ଦେବୀ ପ୍ରସାଦ ହୋତା, ମୁଦିରଥ ହୋତା, ଡ.ସୁଧାଂଶୁ ପଟ୍ଟନାୟକ, ମଧୁସୂଦନ ମିଶ୍ର, ଡ. ସୁରେଶ ଦାସ ଉପସ୍ଥିତ ରହି ଦିବଂଗତ ଆତ୍ମା ର ସ୍ମୃତି ଚାରଣ କରିବା ସହ ଆତ୍ମାର ସଦ୍ଗତି କାମନା କରିଥିଲେ।