Hot Posts

6/recent/ticker-posts

ଦୁର୍ନିତୀ ନିବାରଣ ବିଭାଗ ପଞ୍ଜାରେ ନନ୍ଦପୁର ଶିକ୍ଷା ବିଭାଗ କିରାଣୀ।

ଜୟପୁର,୬।୮ ( ଏ. ଭେଙ୍କଟ ରାଓ ) : କୋରାପୁଟ ମଣ୍ଡଳ ଦୁର୍ନିତୀ ନିବାରଣ ବିଭାଗ ଜୟପୁର ନନ୍ଦପୁର ବ୍ଲକ ଶିକ୍ଷା ବିଭାଗର କିରାଣୀ ସମ୍ବିତ ତ୍ରିପାଠୀଙ୍କୁ ୧୫୦୦୦ ଟଙ୍କା ଉତ୍କଚ ନେବା ବେଳେ ଧରାପଡିଛନ୍ତି। ଜଣେ ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କ ପରିବାର ସଦସ୍ୟଙ୍କ ଠାରୁ ଗ୍ରାଚୁଟି ଏବଂ ପେନସନ କରାଇବା ପାଇଁ ୩୦୦୦୦ ଟଙ୍କା ଲାଞ୍ଚ ଦାବୀ କରିଥିଲେ। ପ୍ରଥମ କିସ୍ତି ବାବଦକୁ ୧୫୦୦୦ ଟଙ୍କା ନେଉଥିବା ବେଳେ ଦୁର୍ନିତୀ ନିବାରଣ ବିଭାଗ ଅଧିକାରୀ ମାନଙ୍କ ହାତରେ ଧରା ପଡ଼ିଥିବା ଜୟପୁର ଦୁର୍ନିତୀ ନିବାରଣ ବିଭାଗ ସୂଚନା ଦେଇଛନ୍ତି ଏବଂ ୨୬/୨୦୨୫ ରେ ଏକ ମାମଲା ରୁଜୁ କରି ଅଧିକା ତଦନ୍ତ ଚାଲୁ ରହିଥିବା ସୁଚନା ଦେଇଛନ୍ତି।