Hot Posts

6/recent/ticker-posts

ଗଣେଶ ପୂଜା ପ୍ରସ୍ତୁତି ସଭା, ତ୍ରିନାଥ ମଣ୍ଡପରେ ଶୁଭ ଖୁଣ୍ଟ ସ୍ଥାପନ

ଝରିଗାଁ, ୦୬ / ୦୮ ( ନକୁଳ ଭତ୍ରା ) : ଆଜି ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ପାଇଁ ଗ୍ରାମ ର ସମସ୍ତ ବଦ୍ରବ୍ୟକ୍ତି ଓ କମିଟିର ସଦସ୍ୟ ମାନ ଙ୍କ ଦ୍ଵାରା ଗଣେଶ ପୂଜା ଅବସରରେ କିଭଲି ପ୍ରତି ବର୍ଷ  ପରି ଏବର୍ଷ ମଧ୍ୟ ଉଛବ ମୂଖର ଓ ଶୁଙ୍ଗଳାର ସହ ସମାପନ କରିବା ପାଇଁ ତ୍ରିନାଥ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ସଭାର ଆୟୋଜନ ସହ ମେଡ ତିଆରି ପାଇଁ ସୁବ ଖୁଣ୍ଟ ପୋତା ଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅଧୀନରେ ଥିବା ଏକ ଜନବହୁଳ ଗାଁ ବକଡ଼ା ବେଡ଼ାରେ ପ୍ରତି ବର୍ଷ ଗାଁରେ ଭିମା କମିଟି ଦ୍ଵାରା ଗଣେଶ ପୂଜାର ଆୟୋଜନ କରିଥାନ୍ତି । ଏବର୍ଷ ମଧ୍ୟ ଗ୍ରାମ ର ଭିମା କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ କରାଯାଇଛି। ଏଥିରେ ଗ୍ରାମ ର ସମସ୍ତ ବଦ୍ରବ୍ୟକ୍ତି ଉପସ୍ଥିତ ରହି ପ୍ରତି ବର୍ଷ ବୋଲି  ଏବର୍ଷ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟିର ସଦସ୍ୟମାନଙ୍କୁ ବଦ୍ରବ୍ୟକ୍ତିମାନେ ଜଣାଇଥିଲେ। ବାଜା ମହୁରୀ ,ସହିତ ଡିଜେ ସାଉଣ୍ଡ , ଲାଇଟ ବ୍ୟବସ୍ଥା ମଧ୍ୟ ଶାନ୍ତି ଶୁଙ୍ଖଲାର ସହ ବାଜା ବଜାଇବା ଉଚିତ ବୋଲି କହିଥିଲେ । ବଳି ଭତ୍ର ,ଉଦ୍ଧବ ଭତ୍ରା, ଅନ୍ତ ମାଝୀ ,ସନ୍ୟାସି ଭତ୍ରା, ଜୟରାମ କଲାର, ମତିରାମ ଭତ୍ରା, ଙ୍କ ସହ କମିଟିର ସଦସ୍ୟ ମାନେ ଦେବେନ୍ଦ୍ର , ବିକାଶ , ଗୁରୁ ନାମ, ନାଡୁ,ଗାସି, ଦୁଲଭ, ଉମେଶ, ଜୁଗ , ବିକ୍ରମ, ପିଙ୍କୁ, ସମେତ ଅନ୍ୟାନ୍ୟ ବଦ୍ରବ୍ୟକ୍ତି ଉପସ୍ଥିତି ଥିଲେ।