ରାକ୍ଷୀ
ରାକ୍ଷୀ
ମୁଁ ଭୁଲି ଯାଇଛି ଭଉଣୀ ଭୁଲିନି
ରକ୍ଷା ବନ୍ଧନକୁ ଆଜି
ରାକ୍ଷୀ ଥାଳ ଧରି ଭଉଣୀ ପହଞ୍ଚେ
ମୋ ପାଖେ ସେ ହସିହସି,
ଆନନ୍ଦର ସୀମା ନାହିଁ !
ଭାଇ-ଭଉଣୀଙ୍କ ଏ ସ୍ନେହ ମମତା
ଯୁଗେ ଯୁଗେ ଥାଉ ରହି ll
ହାଟ ବଜାରରେ ମିଳୁଅଛି ସିନା
ଏ ନୁହେଁ ରେଶମୀ ଡୋରି
ଭାଇ ଭଉଣୀଙ୍କ ସ୍ନେହର ବନ୍ଧନ
ଏ ଅଟେ ସମ୍ପର୍କ ପେଡ଼ି ll
ଶ୍ରୀକୃଷ୍ଣଙ୍କ ହସ୍ତେ ଦ୍ରୌପଦୀ ବାନ୍ଧିଲେ
ସେ ଦିନ ପଣନ୍ତ କାନି
କୁରୁସଭା ତଳେ ଦ୍ରୌପଦୀ ଡାକିଲେ
କୋଟି ବସ୍ତ୍ରଥିଲେ ଦେଇ ll
ପ୍ରତି ଭଉଣୀଙ୍କ ହରି ପରି ଭାଇ
ଘରେ ଘରେ ଥାଉ ରହି
ଆଜି (ରାକ୍ଷୀ) ଦିନପରି ସ୍ନେହ ମମତା
ସବୁ ଦିନ ଥାଉ ରହି ll
କବି ସୁଶାନ୍ତ ରଣା
ତେରେସିଂହା, ଜି. କଳାହାଣ୍ଡି
ମୋ- ୭୮୯୪୬୫୮୨୭୪