ବିଜେଡି ର ଧାରଣା ଆଶ୍ୱାସନା ଦେଲା ବିଭାଗ।
ଜୟପୁର,୨୩।୮ ( ଏ. ଭେଙ୍କଟ ରାଓ ) : ଜୟନଗର ରାସ୍ତା ମରାମତି ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ପୁର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ଉପସଭାପତି ରବି ନାରାୟଣ ନନ୍ଦଙ୍କ ସମେତ ୱାର୍ଡ଼ ନମ୍ବର ୧ଏବଂ ୨ ର ଜନସାଧାରଣ ସହ ଦଳର ବରିଷ୍ଠ ନେତା ଯୁବକ ମହିଳା ଛାତ୍ର ଛାତ୍ରୀ ସମେତ ଅନେକ ଧାରଣା ଦେଇଥିଲେ। କାର୍ଯ୍ୟରତ ଅଧୀକାରୀ ଙ୍କୁ କେବେ ସୁଦ୍ଧା କାମ ସରିବ ତାହା ସାଧାରଣ ଜନତା ସମ୍ମୁଖ କହିବା ନିମନ୍ତେ ଅନୁରୋଧ କରିଥିଲି ପୁର୍ବତନ ମନ୍ତ୍ରୀ।ଏହି ଧାରଣା କାର୍ଯ୍ୟକ୍ରମରେ ବାଲା ରାୟ, ଶିବ ପଟ୍ଟନାୟକ, ବାଲିଙ୍କି ରାଓ,ମହେନ୍ଦ୍ର ଅଧିକାରୀ, ସତ୍ୟଦାନ ମହାନନ୍ଦିଆ, ସମସ୍ତ ବିଜେଡି କାଉନସିଲର, ହର ମିଶ୍ର, ମାଧବ ରଥ, ମାଧବ ମହାଙ୍କୁଡ,ଟିକି ପାଣଗ୍ରାହୀ ଏବଂ ଏହି ଅଞ୍ଚଳର ବରିଷ୍ଠ ବ୍ୟକ୍ତି ଓ ମହିଳା ମାନେ ଉପସ୍ଥିତ ରହିଥିଲେ।