Hot Posts

6/recent/ticker-posts

ଦୀପା କଳାର ନିଖୋଜ ମାମଲା, ସନ୍ଦେହ ରେ ଯୁବକ ଙ୍କୁ ନିର୍ଧୁମ ମାଡ଼

ଡାବୁଗାଁ, ୨୩ / ୦୮ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନସ୍ଥ ଚାଟିଗୁଡ଼ା ପଞ୍ଚାୟତ ପରିଆ ଗ୍ରାମ ର ଗତ କିଛି ଦିନ ଧରି ନିଖୋଜ ଥିବା ଜଣେ ବିବାହିତ ମହିଳା ଙ୍କୁ ନେଇ ଗ୍ରାମରେ ଏକ ବୈଠକ ବସିଥିଲା। ବୈଠକରେ ସନ୍ଦେହ କରି ଯୁବକ ଙ୍କୁ କେଉଁ ଆଡ଼େ ମହିଳାଙ୍କୁ ନେଇଛୁ ବୋଲି ଗ୍ରାମବାସୀ ଓ ପରିବାର ଲୋକେ ନିସ୍ତୁକ ମାଡ ମାରିଥିଲେ । ଖବର ପାଇ ଡାବୁଗାଁ ପୋଲିସ ଘଟନା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପରିଆ ଗ୍ରାମର ସୁଗ୍ରୀବ ପନକା ଙ୍କୁ ଉଦ୍ଧାର କରିଥିଲା । ପରିଆ ଗ୍ରାମ ର ଡମ୍ବରୁ କଳାର ଙ୍କ ସ୍ତ୍ରୀ ଦୀପା କଳାର ନିଖୋଜ ରହିଥିଲେ । ସେହି ଗ୍ରାମ ର ସୁଗ୍ରୀବ ପନକା ଉପରେ ଗ୍ରାମବାସୀ ସନ୍ଦେହ କରିଥିଲେ। ଏହାକୁ ନେଇ ଗ୍ରାମ ର ୨୦୦ ରୁ ଉର୍ଦ୍ଧ ଲୋକଙ୍କ ଉପସ୍ଥିତିରେ ଗତ ୨୦ ତାରିଖ ୧୦ ଘଣ୍ଟା ସମୟରେ ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗ୍ରାମବାସୀ ନର ଭତ୍ରା ,ଆନନ୍ଦ ଭତ୍ରା , ବଳଦେବ କଲାର ,ଶୃକୃ ଭତ୍ରା , ଜଗପୂଜାରୀ, ରଙ୍ଗ କଲାରଙ୍କ ସହ ଅନ୍ୟାନ୍ୟ ମାନେ ସୁଗ୍ରୀବ ପନକା ଙ୍କୁ ତାଙ୍କ ସ୍ତ୍ରୀ ଅଞ୍ଜନା ସମ୍ମୁଖରେ ଦୀପା କଲାର କୁ କେଉଁଠି ରଖିଛୁ ବୋଲି ନିର୍ଦ୍ଧୁମ ପିଠି ଥିଲେ । ଏପରିକି ଉଦ୍ଧାର କରିବା ସମୟରେ ତାଙ୍କ ସ୍ତ୍ରୀ ଅଞ୍ଜନା ଙ୍କୁ ମଧ୍ୟ ମାଡମାରି ଥିଲେ। ଖବର ପାଇ ଡାବୁ ଗାଁ ପୋଲିସ ଘଟନା ସ୍ଥଳରେ ପହଞ୍ଚିବା ପରେ ମଧ୍ୟ ସୁଗ୍ରୀବ ଙ୍କୁ ଛାଡି ନଥିଲେ। ଶେଷରେ ପୋଲିସର ଅନ୍ୟ ଏକ ଦଳ ପହଞ୍ଚି ସୁଗ୍ରୀବ ଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ସୁଗ୍ରୀବ ପ୍ରଥମେ ଡାବୁଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର କୁ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ ସୁଗ୍ରୀବ ପନକା ଡାବୁଗାଁ ଥାନାର ଏତେଲା ଦେବା ପରେ ପୋଲିସ କେସ୍-୧୭୬/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।