୭୯ତମ ସ୍ୱାଧୀନତା ଦିବସକୁ ଆଗରୁ କେସିଙ୍ଗାରେ ବକ୍ତୃତା ପ୍ରତିଯୋଗିତାର ଉତ୍ସାହ
କେସିଙ୍ଗା, ୧୦ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ୭୯ ତମ ସ୍ବାଧିନତା ଦିବସ ଉପଲକ୍ଷେ ସାମାଜିକ ଗଣ ମାଧ୍ୟମ "ସତ୍ୟରସ୍ୱର " ପକ୍ଷରୁ କେସିଙ୍ଗା ଏନ୍ ଏ ସି ଅନ୍ତର୍ଭୁକ୍ତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସ୍ଥାନୀୟ ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ଠାରେ ଏକ ବକ୍ତୃତା ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । ସହରାଞ୍ଚଳରେ ସରକାରୀ ବିଦ୍ୟାଳୟ ଗୁଡ଼ିକ ପ୍ରତି ଲୋକଙ୍କ ଆଗ୍ରହ କମିବା ର କାରଣ ଓ ତାର ସମାଧାନ ବିଷୟ କୁ ନେଇ ଆୟୋଜିତ ହୋଇଥିବା ଏହି ବକ୍ତୃତା ପ୍ରତିଯୋଗିତା ରେ ସମୁଦାୟ ସାତଟି ବିଦ୍ୟାଳୟ ର ୧୨ ଜଣ ପ୍ରତିଯୋଗୀ ଭାଗ ନେଇ ନିଜ ନିଜର ମତ ଉପସ୍ଥାପନା କରିଥିଲେ ।ଏହି ପ୍ରତିଯୋଗିତା ରେ ବିଚାରକ ଭାବେ ଦାୟୀତ୍ବ ନିର୍ବାହ କରିଥିଲେ ଶ୍ରୀଯୁକ୍ତ ରାକେଶ ବିଶି ,ଶ୍ରୀଯୁକ୍ତ ଗୋବିନ୍ଦ ବାଗ ,ଶ୍ରୀଯୁକ୍ତ ନଳିନୀ କାନ୍ତ ଦାସ ଓ ମଞ୍ଚ ପରିଚାଳନା କରିଥିଲେ
ଶ୍ରୀଯୁକ୍ତ ଜି କ୍ରିଷ୍ଣା ରେଡ୍ଡୀ। ଛାତ୍ର ଛାତ୍ରୀ ମାନଙ୍କ ସହ ବିଭିନ୍ନ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ ।ଶେଷରେ ଶ୍ରୀଯୁକ୍ତ ଜି କ୍ରିଷ୍ଣା ରେଡ୍ଡୀ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ବକ୍ତୃତା ମାଧ୍ୟମରେ କିଛି ମୂଲ୍ୟବାନ ଉପଦେଶ ଦେଇଥିଲେ । ପରିଶେଷରେ ସତ୍ୟରଶ୍ୱର ପରିବାର ମୁଖ୍ୟ ସଂଗ୍ରାମ କେଶରୀ ଦେଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୧୫ ତାରିଖ ଦିନ ହେବାକୁ ଥିବା ଏନ୍ ଏ ସି ସ୍ତରୀୟ ସ୍ବାଧିନତା ଦିବସ କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯିବ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ