Hot Posts

6/recent/ticker-posts

ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ ସରକାର ଙ୍କ ଉପରେ ପଡିବନି ଚାପ

କୋରାପୁଟ, ୧୧ / ୦୮ ( ଗୁପ୍ତ ପ୍ରସାଦ ପତ୍ରିକା ) : ରାଜସ୍ବ ଅମଲା ସଂଘ ୧୦ ଦଫା ଦାବି ପୁରଣ ନିମନ୍ତେ ଆନ୍ଦୋଳନ କୁ ଅହ୍ଲାଇବା ନେଇ ସୁଚନା ମିଳିଛି ଉକ୍ତ ଆନ୍ଦୋଳନ କୁ ଓଡ଼ିଶା ଅମଲା ସଂଘ ଅସୋହଯୋଗ କରିବା ସହିତ ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରି ସଂଘ ର ଆଭିମୁଖ୍ୟ ଷ୍ପଷ୍ଟ କରିଛି, ଜୟପୁର ଠାରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଦାଶ୍ ସାମ୍ବାଦିକ ସମ୍ମିଳନୀ କରିବା ସହିତ ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ ଡାକରାକୁ ସମ୍ପୁର୍ଣ୍ଣ ବିରୋଧ କରିବା ନେଇ ସ୍ପଷ୍ଟୀକରଣ ଦେବା ସହିତ ତଳ ଦିନ ରେ ରାଜସ୍ବ ଅମଲା ସଂଘ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ଙ୍କୁ କୁଠାରାଘାତ କରିଥିବା ନେଇ ଗଣମାଧ୍ୟମରେ ପ୍ରକାଶ କରିଥିଲେ, ତତ୍ ସହିତ ସୋନପୁର ଠାରେ ଓଡ଼ିଶା ଅମଲା ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ତରାସିଆ ସାମ୍ବାଦିକ ସମ୍ମିଳନୀ ଡ଼ାକି ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ କୁ ସମ୍ପୁର୍ଣ୍ଣ ଅସହଯୋଗ କରିବା ସହିତ ତଳ ଦିନ ରେ ଅମଲା ମାନଙ୍କ ପ୍ରତି ହୋଇଥିବା କୁଠାରାଘାତ ର କଥା ବଖାଣିଥିଲେ, ଆନ୍ଦୋଳନ ସମୟରେ ଓଡ଼ିଶା ର ବିଭିନ୍ନ ଜିଲ୍ଲା ରେ ରାଜସ୍ବ ଅମଲା ନିଜ ନିଜର କାର୍ଯ୍ୟାଳୟ ରେ କାର୍ଯ୍ୟ କରୁଥିବାର ସୁଚନା ମିଳିଛି ସେହିପରି ଶ୍ରୀ ଓ୍ବାଇ ଶ୍ରୀନିବାସ ରାଓ ବିଭାଗୀୟ ଅଧିକାରୀ ତହସିଲ୍ କାର୍ଯ୍ୟାଳୟ ବୈପାରିଗୁଡା ଜଣେ ରାଜସ୍ବ ଅମଲା ହୋଇଥିବା ସ୍ଥଳେ ସଂଘ ର ଆନ୍ଦୋଳନ ଡାକରାକୁ ନ ମାନି ନିଜ କାର୍ଯ୍ୟାଳୟକୁ ଆସି ପୁର୍ବ ପରି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି, ଏହା ଯୋଗୁଁ ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ ସରକାର ଙ୍କ ଉପରେ କୈାଣସି ପ୍ରଭାବ ପଡିବ ନାହିଁ ବୋଲି ସବୁ ମହଲରେ ଚର୍ଚ୍ଚା ଜୋର୍ ଧରିଛି