Hot Posts

6/recent/ticker-posts

ନନ୍ଦାହାଣ୍ଡି ଠାରେ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।

ନବରଙ୍ଗପୁର, ୧୧ / ୦୮ (ଶେଖର ଖୁରା ) : ଗତକାଲି ନନ୍ଦାହାଣ୍ଡି ପଞ୍ଚାୟତ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ବିଶ୍ଵଜିତ ବର୍ମନ୍ ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚିଁ ନାରାୟଣ ଦରୱାନ , ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ,ବି ଡି ଓ କ୍ଷୀରୋଦ ଚନ୍ଦ୍ର ସାହୁ,ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୩୩ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୫ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୮ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।ସାମାଜିକ ସୁରକ୍ଷା ବିଭାଗ ତରଫରୁ ୧୫ ଜଣଙ୍କୁ ମଧୁବାବୁ ପେନସନ ଯୋଜନା ରେ ଅନ୍ତର୍ଭୂକ୍ତ ସହାୟତା ରାଶି ସହ କାର୍ଡ ପ୍ରଦାନ କରାଯାଇଥିଲା।