ଡଙ୍ଗରୀଗୁଡ଼ା ବିଦ୍ୟାଳୟରେ ‘ଆସ ସ୍କୁଲ୍ ଯିବା’ ପଦଯାତ୍ରା ଓ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ
ଝରିଗାଁ, ୧୬ / ୦୮ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅଧିନ ଡଙ୍ଗରୀ ଗୁଡ଼ା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଆଜି ( ଆସ ସ୍କୁଲ ଯିବା ) ପଦ ଯାତ୍ରା ଓ ଶିକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପଦ ଯାତ୍ରାରେ ଅଭିଭାବକ ,ଶିକ୍ଷକ ,ଶିକ୍ଷୟିତ୍ରୀ,CRCC, ଛାତ୍ର ଛାତ୍ରୀ , (SMC) କମିଟିର ସଦସ୍ୟ ମାନେ ଗାଁରେ ପଦଯାତ୍ରା କରି । ପିଲାମାନ ଙ୍କୁ ଚିହ୍ନଟ କରିବା ସହ ଶିକ୍ଷାର ମୂଖ୍ୟ ସ୍ରୋତ ସହିତ ଯୋଡିବା ପାଇଁ ଘର ଘର ବୁଲି ବିଦ୍ୟାଳୟରେ ଅଧାରୁ ପାଠ ପଢା ଛାଡ଼ିଥିବା ଓ ଆଦୌ ନାମ ନ ଲେଖାଇଥିବା ପୁଅ ଝିଅଙ୍କ ମା ବାପାଙ୍କ ସହ ମିଶି ସଚେତନତା ବାର୍ତ୍ତା ଦେଇଥିଲେ । ଏହା ପରେ ବିଦ୍ୟାଳୟରେ ଅଭିଭାବକ , ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ର ସଦସ୍ୟ ସହ ଏକ ସ୍ଵତନ୍ତ୍ର ଅଭିଭାବକ ବୈଠକ ଆୟୋଜିତ ହୋଇଥିଲା । ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ବୈଠକରେ ଅଭିଭାବକ ମାନଙ୍କୁ ଅଭିଯାନର ମୂଳ ଲକ୍ଷ୍ୟ ବିଷୟରେ ଆଲୋଚନା କରିବା ସହ ଅଧାରୁ ସ୍କୁଳ ଛାଡିଥିବା ଓ ଆଦୌ ନାମ ନ ଲେଖାଇଥିବା ପୁଅ ଝିଅ ମାନଙ୍କୁ ସ୍କୁଲରେ ନାମ ଲେଖାଇ ପାଠ ପଢାରେ ଯୋଡି ରଖିବା ସପ୍ତମ ରୁ ପାଠ ଛାଡିଥିବା ପିଲାଙ୍କୁ SIOS ରେ ନାମ ଲେଖାଇ ପ୍ରତ୍ୟେକ ପିଲାଙ୍କୁ ଶିକ୍ଷାର ମୂଖ୍ୟ ସ୍ରୋତରେ ସାମିଲ କରିବା । ଏହି ସଚେତନତା ପଦଯାତ୍ରାର ମୂଳ ଲକ୍ଷ୍ୟ ବୋଲି ଜଣାଇଥିଲେ। ଏହି ପଦଯାତ୍ରାରେ ଡଙ୍ଗରୀଗୁଡ଼ା ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଦେବାନନ୍ଦ ସାହୁ, ମାଝୀଗୁଡ଼ା କ୍ଲୋଷ୍ଟର ସି ଆର ସି ସି ଚୈତନ୍ୟ ମାଝୀ , ଶିକ୍ଷକ ଜୟରାମ ଭତ୍ରା, ତୁଳସୀରାମ ଭତ୍ରା, ରମେଶ କୁମାର ବିଶ୍ଵାଳ , ଶିକ୍ଷୟିତ୍ରୀ . ପୂଜାରାଣି ମିଶ୍ର , ସତ୍ୟଭାମା ଭତ୍ରା , (SMC) ସଭାପତି ହିରାସିଂ ପୂଜାରୀ , ସହ ଅଭିଭାବକ ମାନେ ଉପସ୍ଥିତ ଥିଲେ।