Hot Posts

6/recent/ticker-posts

ବିଜାପୁର ବିଦ୍ୟାଳୟରେ ଆସ ସ୍କୁଲ ଯିବା ଅଭିଯାନ ଅନୁଷ୍ଠିତ

ଝରିଗାଁ,  ୧୬ / ୦୮ (ପର୍ଶୁରାମ ନାୟକ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଚାଟିଗୁଡା ଗ୍ରାମ ପଞ୍ଚାୟତର ବିଜାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ଆସ ସ୍କୁଲ ଯିବା’ ପଦଯାତ୍ରା ଶିକ୍ଷା ସଚେତନ ସଂପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅଭିଯାନରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଝରିଗାଁ, ଆଞ୍ଚଳିକ ସାଧନ କେନ୍ଦ୍ର ଚାଟିଗୁଡ଼ା, ମିଳିତ ଭାବେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଅଭିଯାନ ମୂଳ ଲକ୍ଷ୍ୟ ହେଉଅଛି ଯେ, ଯେଉଁ ପିଲାମାନେ ଅଧାରୁ ପାଠ ଛାଡ଼ିଥିବା, ଆଗରୁ ନାମ ଲେଖାଇନଥିବା ଏବଂ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଶିକ୍ଷାର ଅଧିକାର ନିଶ୍ଚିତ କରିବା ହେଉଛି ଏହି ଅଭିଯାନର ଉଦ୍ଧେଶ୍ୟ। ସଚେତନତା ଅଭିଯାନରେ ଶିକ୍ଷକ ଶିକ୍ଷୟିତ୍ରୀ ସହିତ ବାଳକ ବାଳିକାମାନେ ବିଜାପୁର ଗାଁ ପରିଭ୍ରମଣ ସହ ‘ଆସ ଆମେ ସ୍କୁଲ ଯିବା’ ଘରେ ଘରେ ବାର୍ତ୍ତାକୁ ପହଞ୍ଚାଇବାର ମୁଖ୍ୟ ଭୂମିକା ନିଭାଇଥିଲେ। ପରିଶେଷରେ ବିଦ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ କେତେକ ପିଲାମାନଙ୍କର ବିଭିନ୍ନ ସମସ୍ୟା ତଥା ଅର୍ଥନୈତିକ, ପାରିବାରିକ କାରଣ, ସଚେତନର ଅଭାବ ଯୋଗୁଁ ଅନେକ ପିଲା ପାଠ ପଢ଼ାରୁ ବଞ୍ଚିତ ନ ହୁଅନ୍ତୁ ବୋଲି ଅବଗତ କରାଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସେମାନଙ୍କୁ ମୁକ୍ତ ପୁସ୍ତକ ଯୋଗାଣ ସହ ପୋଷାକ, ମଧ୍ୟାହ୍ନ ଭୋଜନର ସୁବ୍ୟାବସ୍ଥା ସହିତ ପାଠପଢ଼ା ପ୍ରତି ଆକର୍ଷିତ ହୋଇ ପାରିବେ ସେ ବିଷୟରେ ଜଣାଇଥିଲେ। ଏହି ଅଭିଯାନରେ ବିଜାପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁମିତ୍ରା ଭତ୍ରା, ସହକାରୀ ଶିକ୍ଷକ ରାମକୃଷ୍ଣ ବିଶ୍ବାସ, ସହକାରୀ ଶିକ୍ଷକ ପ୍ରକାଶ କୁମାର ସୁବୁଦ୍ଧି, ସହକାରୀ ଶିକ୍ଷକ ହୃଷିକେଶ ଡ଼ଙ୍ଗରି, ସହକାରୀ ଶିକ୍ଷୟିତ୍ରୀ ତାପସି ହାଲଦାର, ଶିକ୍ଷକ ମନୋଜ କୁମାର ସାହୁ, ଶିକ୍ଷୟିତ୍ରୀ ମିତାଲି ସାହୁ, ଏବଂ ଶିକ୍ଷକ ଚିନ୍ତାମଣି ଭୋଇଙ୍କ ସମେତ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।