ଅବ୍ୟବସ୍ଥାରେ ସିପାଞ୍ଜିରୀ ପ୍ରାଥମିକ ବିଦ୍ୟାଳୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ।
କନ୍ଧମାଳ ୧୩/୮(ଅଚ୍ୟୁତ ଯାନୀଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ପକାରୀ ପଞ୍ଚାୟତ ଅନ୍ତର୍ଗତ ସିପାଞ୍ଜିରୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥାରେ ପଡିରହିଥିବାରୁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି । ସୂଚନା ପ୍ରକାରେ ସିପାଞ୍ଜିରୀ ପ୍ରାଥମିକ ବିଦ୍ୟାଳୟ ୧୯୬୫ ମସିହାରୁ ସ୍ଥାପନ ହୋଇ ଆଜି ପର୍ଯ୍ୟନ୍ତ ଚାଲିଥିଲେ ମଧ୍ୟ ଆବଶ୍ୟକୀୟ ଅନୁସାରେ କୈାଣସି ଭିତ୍ତିଭୂମି ନଥିବାରୁ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଦ୍ୟାଳୟରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଠାଯାଉ ଥିବାରୁ ସମୁଦାୟ ୨୧ ଜଣ ଛାତ୍ରଛାତ୍ରୀ ଦୁଇ ବଖରା ବିଦ୍ୟାଳୟରେ ବହୁତ ଅସୁବିଧା ହେଉଛି । ରୋଷେଇ ଗୃହ ଦୀର୍ଘ ପାଞ୍ଚ ମାସ ହେଲା ପବନ ଓ ବର୍ଷାରେ ଚୁରମାର ହୋଇ ଯାଇ ଥିବା ବେଳେ କୋୖଣସି ମରାମତି କାର୍ଯ୍ୟ କରାଯାଉ ନ ଥିବାରୁ ଗୋଟିଏ ପୁୁରୁଣା ଘରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି । ଏହି ପରିକି ଏଠାରେ ଭଲ ଶୋଚାଳୟଟିଏ ମଧ୍ୟ ନାହିଁ । ପକାରୀ ପଞ୍ଚାୟତ ପ୍ରତ୍ୟେକ ଗ୍ରାମ ଜଙ୍ଗଲ ଓ ଉପାନ୍ତ ଅଞ୍ଚଳ ହୋଇ ଥିବା ବେଳେ ବନ୍ୟଜନ୍ତୁ ଭୟ ରହୁଚି ତଥାପି ଏଠାରେ ପାଚେରୀ ନିର୍ମାଣ କରା ନ ଯାଇ ବିଦ୍ୟାଳୟ ଚତୃପାର୍ଶ୍ୱ ମୁକୁଳା ଭାବେ ପଡ଼ିରହିଛି । ଏହି ବିଷୟରେ ପଞ୍ଚାୟତ ଅଫିସରେ ଅବଗତ କରିଥିଲେ ମଧ୍ୟ କୈାଣସି ଫଳପ୍ରଦ ହୋଇ ପାରିନାହିଁ । ଏଣୁ ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଯଥାଶୀଘ୍ର ଆବଶ୍ୟକୀୟ ଅସୁବିଧାକୁ ସମାଧାନ କରିବାକୁ ବୁଦ୍ଧିଜୀବି ମହଲରୁ ଦାବି କରିଛନ୍ତି ।