ପ୍ରଥମ ସହିଦ୍ ସଂଜୀବ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ ।
ଖଜୁରୀପଡା ୧୩/୮(ଅଚ୍ୟୁତ ଯାନୀଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଗଞୁଗୁଡା ଠାରେ ପ୍ରଥମ ସହିଦ୍ ସଂଜୀବ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଭେନ୍ ଷ୍ଟାର ୟୁଥ କ୍ଲବ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଜୁରୀପଡା ବିଧାୟକ ସ୍ୱାସ୍ଥ୍ୟ ପ୍ରତିନିଧି ଶ୍ରୀ ରାଈକିଶୋର ପ୍ରଧାନ ଉଦଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଭାଗ ନେଇଥିବାବେଳେ ତିନି ଦିନ ଧରି ଏହି ପ୍ରତିିଯୋଗିତା ଚାଲିବ । ଏଥିରେ ଇଭେନ ଷ୍ଟାର ୟୁଥ କ୍ଲବ ସଭାପତି ରଶ୍ମିକାନ୍ତ ସାହୁ, ସମ୍ପାଦକ ଚନ୍ଦନ ସାହୁ, ବିଘ୍ନେଶ୍ୱର ବେହେରା, ବନମାଳୀ ଗଣ୍ଡା ସମେତ କ୍ଲବର ସମସ୍ତ କର୍ମ କର୍ତ୍ତା ଓ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।