Hot Posts

6/recent/ticker-posts

ଖଜୁରୀପଡାରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଜୁରୀପଡା,  ୧୨/୮(ଅଚ୍ୟୁତ ଯାନୀଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ସଦରମହକୁମା ଠାରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ ଦେଶ ୭୯ ତମ ସ୍ବାଧିନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଯଶ୍ୱସୀ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରତ୍ୟେକ ବର୍ଷପରି ଏହି ବର୍ଷ ମଧ୍ୟ କିପରି ଘରେ ଘରେ ତ୍ରିରଙ୍ଗା ପତାକା ଲାଗିବ ସେଥିପାଇଁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯାଇଥିଲା । ଖଜୁରୀପଡା ଲ୍ୟାମ୍ପସେସ ନିକଟରେ ଏକତ୍ରିତ ହୋଇ ତ୍ରିରଙ୍ଗା ପତାକା ଧରି ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ଥିଲେ । କାର୍ଯ୍ୟକ୍ରମଟି ଖଜୁରୀପଡ଼ା ମଣ୍ଡଳ ସଭାପତି ଶ୍ରୀ ରଞ୍ଜନ କୁମାର କହଁର ନେତୃତ୍ୱରେ କରାଯାଇଥିବା ବେଳେ ଏଥିରେ ଖଜୁରୀପଡା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ସ୍ୱାସ୍ଥ୍ୟ ପ୍ରତିନିଧି ରାଈ କିଶୋର ପ୍ରଧାନ, ପୂର୍ବତନ ମଣ୍ଡଳ ସଭାପତି ଦଶରଥ ସାହୁ, ସମିର ପ୍ରସାଦ ଝାଙ୍କର,ଗୋଲକ ମଲିକ,ଆସ୍ତିକ ମଲିକ ସମେତ ଖଜୁରୀପଡ଼ା ବିଜେପି କାର୍ଯ୍ୟ କର୍ତ୍ତା , ବୁଥ ସଭାପତି ଓ କର୍ମୀମାନେ ଅଂଶଗ୍ରହଣ କରିଥିଲେ ।