ନବରଙ୍ଗପୁର ଶ୍ରମ ବିଭାଗ ଓ ଶିଶୁ ସୁରକ୍ଷା ବିଭାଗ ର ମିଳିତ ଚଢ଼ାଉରେ ଦୁଇ ନାବାଳିକା ଉଦ୍ଧାର |
ତେନ୍ତୁଳୀଖୁଣ୍ଟି, ୧୨ / ୦୮ ( ଶେଖର ଖୁରା ) : ଆଜି ନବରଙ୍ଗପୁର ପୁର ଜିଲ୍ଲା ପାଳଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଶ୍ରମ ବିଭାଗର ସହ ଶ୍ରମ ଅଧିକାରୀ ଶ୍ରୀ ମାନସ ରଞ୍ଜନ ଖସଲା ଓ ଶିଶୁ ସୁରକ୍ଷା ବିଭାଗ ର ମିଳିତ ଚଢ଼ାଉରେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ଦେଖିବା କୁ ମିଲିଛି | ନବରଙ୍ଗପୁର ଶ୍ରମ ବିଭାଗ ଓ ଶିଶୁ ସୁରକ୍ଷା ବିଭାଗ ମିଳିତ ଭାବେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳୀଖୁଣ୍ଟି ବ୍ଲକରେ ଚଢ଼ାଉ କରିଥିଲେ |ତେନ୍ତୁଳୀଖୁଣ୍ଟି ବ୍ଲକ ପରିସର ର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଏକ କୋଠା ନିର୍ମାଣ କାର୍ଯ୍ୟରେ ଦୁଇଜଣ ନାବାଳିକା ନିୟୋଜିତ ରହିଥିବା ଦେଖି ସେମାନଙ୍କ ପାଖକୁ ଯାଇ ପଚରା଼ଉଚରା କରିବା ପରେ ସେମାନଙ୍କୁ ସେଠାରୁ ଉଦ୍ଧାର କରିନେଇଯାଇଥିଲେ |
ଉଭୟ ନାବାଳିକା ଲାମତାଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ କୁହ୍ନେଇ ମୁଣ୍ଡା ଗ୍ରାମର ହୋଇଥିବାରୁ ସେମାନଙ୍କୁ ସାଙ୍ଗରେ ଧରି କହ୍ନେଇ ମୁଣ୍ଡା ବିଦ୍ୟାଳୟରେ ପହଂଚି ସେମାନଙ୍କ ବୟସ କୁ ତଦନ୍ତ କରି 16 ବର୍ଷ ହୋଇ ଥିବାର ଜାଣିବା କୁ ପାଇଥିଲେ |ପରେ ଜଣେ ଝିଅଙ୍କୁ ତାଙ୍କ ଅବିଭାବକଙ୍କ ପାଖରେ ଛାଡି ଦେଇଥିବା ବେଳେ ଆଉ ଜଣେ ଝିଅର କେହି ନଥିବାରୁ ଶିଶୁ ସୁରକ୍ଷା ଗୃହକୁ ଘେନି ଯାଇ ସେଠାରେ ତାକୁ ରଖାଯାଇଥିବା ସୂଚନା ମିଲିଛି |ଏହି କାର୍ଯ୍ୟରେ ସଭା ସଂସ୍ଥା ରଶୁଭ୍ରାଂଶୁ ଉପାଧ୍ୟାୟ ଆଭା ସଂସ୍ଥା ର ଉମା ସତରଣୀ, ଶିକ୍ଷା ବିଭାଗ ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରେ କାର୍ଯ୍ୟ କରୁଥିବା ସ୍ବେଛାସେବୀ ଶ୍ରୀ ଶେଖର ଖୁରା,ଧର୍ମଯ୍ୟୟ ସୁନା. ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିଥିବା ଖବର ମିଲିଛି |ସବୁଠାରୁ ପରିତାପର ବିଷୟ ଏହି ଯେ, ବ୍ଲକ କାର୍ଯ୍ୟାଳୟରେ ନିଜେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ଅନେକ ବିଭାଗୀୟ ଅଧିକାରୀ ସବୁଦିନ ଉପସ୍ଥିତ ରହୁଥିଲେ ମଧ୍ୟ କାହାକୁ ଏହି ନାବାଳିକା ମାନଙ୍କ କାମ କରୁଥିବା ଦୃଶ୍ୟ ଦେଖା ଦେଲାନି କେମିତି? ନା ବ୍ଲକ ପ୍ରଶାସନ ଜାଣିଶୁଣି ଏହି ଘଟଣାକୁ ଲୁଚେଇବା ପାଇଁ ଅପଚେଷ୍ଟା କରୁଥିଲେ, ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନ ପାଲଟିଛି |ଯଦି ବ୍ଲକ ପ୍ରଶାସନ ଏସବୁ ଘଟଣାକୁ ଘୋଡେଇ ଚାଲିଥିବ ତେବେ ଜିଲ୍ଲାରେ ଶିଶୁ ଶ୍ରମିକ ଦୂର ହେବା ସମ୍ଭବ ହେବନାହିଁ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି |