Hot Posts

6/recent/ticker-posts

ରାୟଗଡ଼ା ଭାରତୀୟ ମଜଦୁର ସଂଘ ପକ୍ଷରୁ ବୃକ୍ଷ ଚାରା ରୋପଣ କାର୍ଯକ୍ରମ ଅନୁଷ୍ଠିତ

ରାୟଗଡ଼ା, ୦୮ / ୦୮ ( ଭି. ଗୌରି ଶଙ୍କର ରାଓ ) : ଭାରତୀୟ ମଜଦୁର ସଂଘ ପକ୍ଷରୁ ରାୟଗଡ଼ା ବ୍ଳକ ଅନ୍ତର୍ଗତ ଅମଲାଭଟା ଛକ ସ୍ଥିତ ଶିବ ମନ୍ଦିର ପଡିଆ ଚାରି ପାର୍ଶ୍ବରେ ଏବଂ ହନୁମାନ ମନ୍ଦିର ପରିସରରେ ଔଷଧୀୟ ବୃକ୍ଷ ଚାରା ରୋପଣ କରାଯାଇଥିଲା । ଭାରତୀୟ ମଜଦୁର ସଂଘର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ୍ ଏବଂ ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଂଜୁର ସଂଘ ର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ , ଅମଲାଭଟା ହନୁମାନ ମନ୍ଦିରର ପି ରମେଶ ବାବୁ , ସଭାପତି . ଜି ଚିନାମ ନାଇଡୁ: ସମ୍ପାଦକ, ଲାଲୁ ଭାଇ ଯୋଗ ଦେଇ ଔଷଧୀୟ ଚାରା ରୋପଣ କରିଥିଲେ। ଆୟୋଜିତ ଚାରା ରୋପଣ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୂର ସଂଘର ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀମତୀ ଉଷାରାଣୀ ଦାଶ , ଶ୍ରୀମତୀ ନେହା ସିଂ , ଶ୍ରୀମତୀ କାମିନୀ କାରୁଆ ପରିଚାଳନା କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ , ପର୍ଯ୍ୟାବରଣ ମଞ୍ଚ , ବିଶ୍ଵକର୍ମା ମଜଦୁର ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ ।