Hot Posts

6/recent/ticker-posts

କଅଁସିଲରେ ବିଶ୍ୱ ଆଦିବାସୀ ଦିବସ

କର୍ଲାମୁଣ୍ଡା, ୧୦/୦୮ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ସ୍ଥିତ କଁଅସିଲ ଗ୍ରାମ ରେ ବିଶ୍ୱ ଆଦିବାସୀ ଦିବସ ଶନିବାର ପାଳିତ ହୋଇ ଯାଇଛି I ଗଜବାହାଲ ଗ୍ରାମର ଅନେକ ଆଦିବାସୀ ସମ୍ପ୍ରଦାୟର ଶହ ଶହ ଆଦିବାସୀ ଯୋଗଦାନ କରିଥିଲେ I ସଭା ପୂର୍ବରୁ ଗ୍ରାମ ଦେବୀ ଧରଣୀ ମାଁ ଙ୍କ ପୂଜାପାଠ କରି ମଶାଲ ଯାତ୍ରା ଓ ସଭା ଆରମ୍ଭ ହୋଇଥିଲା I ଆଦିବାସୀ ସମାଜର କିପରି ଉନ୍ନତି ହେବ ଓ ଜଳ ଜମିନ ଅଧିକାର ଉପରେ ଆଲୋକପାତ ଓ ଆଦିବାସୀ ମାନେ ଯେହେତୁ ପ୍ରକୃତି ପୂଜକ ଓ ସଂସ୍କୃତି ପରମ୍ପରା କୁ କିପରି ଆଗାମୀ ଦିନ ବଞ୍ଚିରହିବ ସେ ନେଇ ଅତିଥି ମାନେ ମତବ୍ୟକ୍ତ ଦେଇଥିଲେ I ଏଥିରେ ପୂର୍ବତନ ବ୍ଲକ ଅଧ୍ଯକ୍ଷ ପବିତ୍ର ଭୋଇ, ନୂଆଁଧର ଭୋଇ, ଶ୍ରୀପତି ପାତ୍ର, ଜଗନ୍ନାଥ ଭୋଇ ସୁନୀଲ ଭୋଇ ପ୍ରମୁଖ ଯୋଗ ଦେଇ ଥିବା ବେଳେ ସୁରେନ୍ଦ୍ର ମାଝୀ ମଞ୍ଚ ପରିଚାଳନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ଭୋଇ, କ୍ଷୀରମଣୀ ଭୋଇ, ରାଜେନ୍ଦ୍ର ଭୋଇ, ଧନେଶ୍ୱର ମାଝୀ, ଅଲେଖ ଭୋଇ, ଗୋପୀନାଥ ଭୋଇ, ମାଧବ ଭୋଇ, ସୁଦାମ ଭୋଇ, ନିରନ ପୁଟା ରାଜୁ ଭୋଇ, ପ୍ରଶାନ୍ତ ଭୋଇ ଏବଂ ମାଆ ଭଉଣୀ ମାନେ ଉପସ୍ଥିତ ରହିଥିଲେ I