Hot Posts

6/recent/ticker-posts

ଡୁଡୁମା ଜଳପ୍ରପାତରେ ଭାସିଗଲେ ୟୁଟ୍ୟୁବର

ଲମତାପୁଟ ୨୩।୮ ( ଗୁପ୍ତ ପ୍ରସାଦ ପତ୍ରିକା ) : ଡୁଡୁମା ଜଳପ୍ରପାତରେ ହୃଦୟ ବିଦାରକ ଅଘଟଣ । କୋରାପୁଟ ଲମତାପୁଟ ଡୁଡୁମା ଜଳପ୍ରପାତରେ ଭାସିଗଲେ ଜଣେ ୟୁଟ୍ୟୁବର ।ଡୁଡୁମା ଜଳପ୍ରପାତରୁ ତଳକୁ ଖସିପଡିଥ‌ିବା ଦେଖୁବାକୁ ମିଳିଛି । ବିଶ୍ଵସ୍ତ ସୂତ୍ରରୁ ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର ସାଗର ଟୁଡୁ ଏବଂ କଟକର ଅଭିଜିତ ବେହେରା  ଦୁଇ ଯୁବକ ମିଶି ଡୁଡୁମା ଜଳପ୍ରପାତ ଉପରେ ଡ୍ରୋନ୍ ସାହାଯ୍ୟରେ ଭିଡିଓ ସୁଟିଂ କରୁଥିଲେ । ସେହି ସମୟରେ ମାଛକୁଣ୍ଡ ଡି.ଡ୍ୟାମ୍‌ର ୭ ନମ୍ବର ଗେଟ୍ ଖୋଲିବା ଯୋଗୁଁ ଜଳସ୍ତର ବଢ଼ିଯାଇଥିଲା । ପାଣି ମାଡି ଆସୁଥୁବା ଦେଖ୍ ପର୍ଯ୍ୟଟକ ପାଟି କରିବାରୁ ଅଭିଜତ ବେହେରା ପାଣିରୁ ବାହାରି ଆସିଥିଲେ । କିନ୍ତୁ ସାଗର ଟୁଡୁ ଭାସି ଯାଇଥିଲେ I ତେବେ ଡୁଡୁମା ଜଳପ୍ରପାତର ୫୫୦ ଫୁଟ ତଳକୁ ଖସି ପଡ଼ିଥ‌ିବା ଦେଖୁବାକୁ ମିଳିଥିଲା । ପ୍ରଖର ଖର ସ୍ରୋତରେ ସାଗର ନିଖୋଜ ହୋଇଯାଇଥିବା ଜଣା ପଡିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଏହି ଦୃଶ୍ୟ ଦେଖିଲା ପରେ ପର୍ଯ୍ୟଟକ ମାନେ ବହୁତ୍ ଭୟବିତ ହୋଇଯାଇଥିବାର ଦେଖାଦେଇଛି ।