Hot Posts

6/recent/ticker-posts

ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟ ର ଦ୍ବିବାର୍ଷିକ ଉତ୍ସବ ପଦ୍ମପୁର ଟାଉନ ହଲ ଠାରେ ଅନୁଷ୍ଠିତ

ପଦ୍ମପୁର, ୨୪ / ୦୮ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ର ଟାଉନ୍ ହଲ୍ ଠାରେ ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟ ର ଦ୍ବିବାର୍ଷିକ ଉତ୍ସବ ପାଳିତ ହୋଇଥିଲା l ଏହି ଅବସରରେ ଲୋକ କଳାକାର, ସଂସ୍କୃତି, ପରମ୍ପରା ଓ ବୁଢ଼ା ସମ୍ବର ଇତିହାସ ଓ ଗବେଷଣା ଉପରେ ବିଭିନ୍ନ ଗବେଷକ ଙ୍କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମ ରେ ରାଜବୋରାସମ୍ବର ଐତିହାସିକ ଡ଼କ୍ଟର ଭକ୍ତ ପୁରନ ସାହୁ ଓ ତନ୍ତ୍ର ଗବେଷକ ସାଲେଗ୍ରାମ ହୋତା ଓ ସଂସ୍କୃତି ଗବେଷକ ଉତ୍ପନ୍ନ ଭୋଇ, ପ୍ରମୁଖ ଯୋଗଦେଇଥିଲେ l ବିଭିନ୍ନ ଗବେଷଣା ମୂଳକ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା ଚକ୍ର ରେ ଯୋଗଦାନ କରିଥିବା ଅବସର ପ୍ରାପ୍ତ ଅଧ୍ୟାପକ କେଶ ରଞ୍ଜନ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ନାଟ୍ୟକାର ତଥା ସମାଲୋଚକ ଅଶୋକ ବହିଦାର ସମୀକ୍ଷା କରିଥିଲେ।ଏହି ଅବସରରେ ଐତିହାସିକ ତଥା ଗବେଷକ ଡକ୍ଟର ଭକ୍ତ ପୁରଣ ସାହୁ ଙ୍କ ଗବେଷଣାଧର୍ମି ପୁସ୍ତକ ବୋଡାସମ୍ବର ଇତିହାସ ପ୍ରଥମ ଭାଗ ର ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା। ଏହି ସଂଗୀତ ବିଦ୍ୟାଳୟ ର ପ୍ରତିଷ୍ଠାତା ସଂଗୀତଜ୍ଞ ସୁରେନ୍ଦ୍ର ସାହୁ ଉଦଘାଟନ କରି ଏହି ପ୍ରଥମ ଅଧିବେଶନ ର ଧନ୍ୟବାଦ ଜ୍ଞାପନ ଜଣାଇଥିଲେ।
 ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ