Hot Posts

6/recent/ticker-posts

ରାୟଗଡ଼ ପୌରପରିଷଦ ଆନୁକୁଲ୍ଯରେ ଅଶୋକ କଲ୍ୟାଣ ମଣ୍ଡପ ଠାରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” ଶିବିର ଅନୁଷ୍ଠିତ ।

ରାୟଗଡା,୧୨ / ୦୮ (ଭି. ଗୌରି ଶଙ୍କର ରାଓ ) : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଗୃହ ଏବଂ ନଗର ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ ମିଳିତ ସମନ୍ଵୟରେ ରାୟଗଡ଼ ପୌରପରିଷଦ ଆନୁକୁଲ୍ଯରେ ଦିବା ୧୦.୦୦ ଘଟିକା ସମୟରେ ଗାନ୍ଧୀ ପାର୍କ ନିକଟସ୍ଥ ଅଶୋକ କଲ୍ୟାଣ ମଣ୍ଡପ ଠାରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଅଛି ।
ଏହି ଶିବିରରେ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା, ରାୟଗଡ଼ ମୁଖ୍ୟ ଅତିଥିରୁପେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଵଳନ କରିବା ସହିତ ଶିବିରର ଶୁଭାରମ୍ଭ କରିଥିଲେ ।


ଏହି ଶିବିରରେ ମୁଖ୍ୟ ଅତିଥିଙ୍କ ସମେତ ପୌରାଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର , ପୌର ଉପାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା , ରାୟଗଡ଼ ପୌର ପରିଷଦର ସମସ୍ତ ପାରିଷଦ ବର୍ଗ , ଓଡିଶା ବିକଳାଙ୍ଗ ମଞ୍ଚର ସମ୍ପାଦକ ଶ୍ରୀ ଜଳନ୍ଧର ବାଚେଲୀ, ରାୟଗଡ଼ ଭିନ୍ନକ୍ଷମ ମହାସଙ୍ଗର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ , ପୌର ପରିଷଦର ଗୋଷ୍ଠୀ ସଙ୍ଗଠିକା ଶ୍ରୀମତୀ କ୍ରୀଷ୍ଣାନୁଜା ବେହେରା, ଶ୍ରୀମତୀ ଦେବସ୍ମିତା ପାଣିଗ୍ରାହୀ ଏବଂ ଶ୍ରୀମତୀ ସମାପିକା ପାତ୍ର ପି ଏ ମିଲନ ଗନାୟକ, ସାମାଜିକ ସୁରକ୍ଷା ବିଭାଗର କର୍ମକର୍ତ୍ତା ଏବଂ ପୌରପରିଷଦର ଅନ୍ୟ କର୍ମକର୍ତ୍ତା ମାନେ ଯୋଗଦାନ କରି ଏହି ଶିବିରକୁ ସଫଳତାର ସହ ସମ୍ପାଦନ କରିଥିଲେ ।  
ଏହି ଶିବିରରେ ମୋଟ ୨୪୮ ଜଣ ଭିନ୍ନକ୍ଷମ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ୯୭ ଜଣ ଭିନ୍ନକ୍ଷମଙ୍କୁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଦିବ୍ୟାଙ୍ଗ ଉପକରଣ ଯଥା ତିନି ଚକିଆ ସାଇକଲ , ଶ୍ରବଣ ଯନ୍ତ୍ର , ୱାକର, ମଧୁବାବୁ ଭତ୍ତା , ବସ ପାସ, ଡି.ଆର.ଆଇ ଋଣ ଭଳି ଅନ୍ୟାନ ସୁବିଧା ପ୍ରଦାନ କରାଯାଇଥିଲା ।