Hot Posts

6/recent/ticker-posts

ତେଲେଙ୍ଗାନାରେ ଦାଦନ କାମ ସମୟରେ ସଡ଼କ ଦୁର୍ଘଟଣା — ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଝରିଗାଁ, ୧୨ / ୦୮ ( ନକୁଳ ଭତ୍ରା ) : ହାଇଦ୍ରାବାଦରେ ଦାଦନ ଖଟିବାକୁ ଯାଇ ସିକନ୍ଦର କମାମ୍ ନିକଟରେ ଭ୍ୟନ ଧକ୍କାରେ 3 ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ନବରଙ୍ଗ ପୁର ଜିଲ୍ଲା ଝରିଗାଁ ବ୍ଳକ ଅଧିନ ବକଡାବେଡ଼ା ପଞ୍ଚାୟତ ସଦରମହକୁମା ର ତିନି ଶ୍ରମିକ ଙ୍କ ଗତ କାଳି ତେଲେଙ୍ଗାନାର କେଶରା ଥାନା ଅଧୀନ କମାମ ରାସ୍ତା ନିକଟରେ ଘଟିଛି । ରାସ୍ତା କଡ଼ ରେ କାମ କରୁଥିବା ବେଳ ପଛ ପଟରୁ ଏକ ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତିନି ଜଣ ଶ୍ରମିକ ହେଲେ ଜୟରାମ ଭତ୍ରା, ( ୫୬ ) ନାରାୟଣ ଭତ୍ରା (୨୦ )ଚେତମନ ( ୨୧)ଙ୍କ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ସୂଚନାଯୋଗ୍ୟ : ଜୟରାମଭତ୍ରା, ନାରାୟଣ ଭତ୍ରା, ଚେତ ମନ ଭତ୍ରା, ଗତ ୧୧ ଦିନ ତଳେ ୧୪ ଜଣ ଶ୍ରମିକ ଦାଦନ କଟିବାକୁ ତେଲେଙ୍ଗାନାର କେଶରା ଥାନାର କମାମ ରେ ରାସ୍ତା କଡ ରେ କାମ କରିବାକୁ ଯାଇଥିଲେ । ହଠାତ ପଛପଟୁ ଏକ ଗାଡି ୩ ଜଣଙ୍କୁ ଧକ୍କା ଦେଇଥିଲା । ଏହି ଖବର ପରିବାର ଲୋକକୁ ମୃତ୍ୟୁ ବ୍ୟକ୍ତିଙ୍କ ସାଙ୍ଗରେ କାମ କରି ଯାଇଥିବା ଗାଁର ତାର ସାଙ୍ଗମାନେ ଜୟରାମର୍ ପୁଅ କୁ ଫୋନ ମାଧ୍ୟମରେ ୧୧.୦୮.୨୦୨୫ ରିଖ ଅପରାହ୍ନ ପ୍ରାୟ ୨.୩୦ ଘଣ୍ଟିକା ସମୟରେ ଜଣାଇଥିଲେ।ଫଳରେ ତିନି ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ଖବର ସୂତ୍ରରୁ ରାସ୍ତା କୋଡ଼ରେ କାମ କରୁଥିବା ସମୟରେ ପଛପଟୁ ପିକ୍ Tata ACe ଗାଡି No - TG 08T2496 ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ବୋଲି ଜଣାପଡୁଛି । ଫଳର ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା।