Hot Posts

6/recent/ticker-posts

ରାଜୁଗୁଡ଼ା ଗ୍ରାମବାସୀଙ୍କ ପାନୀୟ ଜଳ ଶଙ୍କଟାବସ୍ଥା ଓ ଅଭିଯୋଗ ।


କୋରାପୁଟ, ୨୦ / ୦୮ (ବିପିନ କୁମାର ହିଆଲ) : ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ-ମାଲକାନଗିରି ଗ୍ରାମପଞ୍ଚାୟତର ରାଜୁଗୁଡ଼ା ଗ୍ରାମରେ ପାନୀୟ ଜଳର ଶଙ୍କଟାବସ୍ଥା ଦେଖା ଯାଇଛି । ପ୍ରାୟ ୨୦/୨୫ବର୍ଷ ପୂର୍ବରୁ ଗୋଟିଏ ନଳକୂପ ଖୋଲାଯାଇଥିଲା ଓ ସେଥିରୁ ସମସ୍ତେ ଗ୍ରାମବାସୀ ଏକତା ଓ ମହାଆନନ୍ଦ ସହ ପାନୀୟ ଜଳ ଭାବରେ ବ୍ୟବହାର କରି ଆସୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନଳକୂପର ସମସ୍ୟା ଦେଖାଯିବାରୁ ଆମେ ସରକାରକୁ ଅବଗତ କଲୁ ସରକାର ଆମ ସମସ୍ୟା ଜ୍ଞାତ ହୋଇ ଗ୍ରାମର ପାନୀୟ ଜଳ ଅଭାବ ଦୂରୀକରଣ ନିମନ୍ତେ ଗୋଟିଏ ବଡ଼ ପାଣି ଟ୍ୟାଙ୍କି ପ୍ରଦାନ କରିଥିଲେ , ସେହି ଟ୍ୟାଙ୍କିରୁ ପ୍ରତ୍ୟେକ ପରିବାର ମହାଆନନ୍ଦରେ ପାନ, ସ୍ନାନ ଓ ସମସ୍ତ କାର୍ଯ୍ୟରେ ବ୍ୟବହାର କରି ଆସୁଥିଲୁ । ଗତ ତିନି ମାସ ହେବ ଗ୍ରାମର ଜଣେ ମୁକୁନ୍ଦି ପରଜା ନାମକ ବ୍ୟକ୍ତି ନଳକୂଅରୁ ଟ୍ୟାଙ୍କୀକୁ ଯୋଗକରୁଥିବା ପାଇପ୍ ଓ ବିଦ୍ୟୁତ୍ ତାର ବିଚ୍ଛେଦ କରି ଗ୍ରାମବାସୀଙ୍କୁ ସମସ୍ତ ଉପକୃତ କରୁଥିବା ଜଳରୁ ବଞ୍ଚିତ କରିଛି । ଗ୍ରାମବାସୀ ସମସ୍ତେ ସେ ବ୍ୟକ୍ତିଙ୍କୁ ଅନୁରୋଧ କଲେ ବି ସେ ଶୁଣୁ ନାହିଁ ବରଂ ଗଣ୍ଡଗୋଳ କରି କହୁଛି ମୋ ଜମିରେ ହେଇଛି ମୋ ଇଚ୍ଛା ହେଲେ ଦେବି ନ ହେଲେ ନାହିଁ । ତେଣୁ, ଆମେ ଗ୍ରାମବାସୀ ମୋ ସମ୍ବାଦ ଓ ମିଡ଼ିଆ ଏଜ୍ ର ସାମ୍ୱାଦିକ ଟିମ୍ ଜରିଆରେ ଆମେ ଗ୍ରାମବାସୀ ଶ୍ରୀ ପଦଲାମ ପରଜା, ୱାର୍ଡ଼ମେମ୍ବର ଶ୍ରୀମତୀ ମଇନା ପରଜା, ଶ୍ରୀ ଜଗବନ୍ଧୁ ପରଜା, ଗାଁର ମୁଖିଆ ଶ୍ରୀ ନାରାୟଣ ନାୟକ, ମାଧବ ଚନ୍ଦ୍ର ନାୟକ, ଶ୍ରୀ ସହଦେବ କନାଇ, ଅର୍ଜୁନ ନାୟକ,ମୀନକେତନ ନାୟକ, ଶ୍ରୀମତୀ ଉତ୍ତମା ନାୟକ, ଶ୍ରୀମତୀ ମତିକା ନାୟକ ; ଏ- ମାଲକାନଗିରି ଗ୍ରାମ ପଞ୍ଚାୟତ ସରପଞ୍ଚ , ପିଇଓ, ଦଶମନ୍ତପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଅବଗତ ଓ ଅନୁରୋଧ କରୁ ଅପଣମାନେ ଖବରକାଗଜ କିମ୍ବା ଏଲୋକ୍ଟ୍ରୀ ମିଡ଼ିଆ ଦ୍ବାରା ଅବଗତ ହୋଇ ତୁରନ୍ତ ସମାଧାନ ଓ ପାନୀୟ ଜଳ ଯୋଗାଣ ପଦକ୍ଷେପ ନେବେ ନଚେତ୍ ଭବିଷ୍ୟତରେ ବଡ଼ ସମସ୍ୟା ହେବାର ଆଶଙ୍କା ଅଛି ।