ଧୋଡ୍ରା ଜୋନରେ ‘ହର ଘର ତ୍ରିରଙ୍ଗା’ ଶୋଭାଯାତ୍ରାର ଆରମ୍ଭ
ଝରିଗାଁ, ୧୩ / ୦୮ (ନକୁଳ ଭତ୍ରା) : ହର ଘର ତ୍ରିରଙ୍ଗା ଯାତ୍ରା ଧୋଡ୍ରା ଜୋନ୍ ରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ବିଜାପୁର ଶିବ ମନ୍ଦିର ଠାରୁ ଶୁଭାରମ୍ଭ କଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅଧିନରେ ଥିବା ୬ ଗୋଟି ପଞ୍ଚାୟତ ଚାଟିଗୁଡା, ବକଢାବେଢା, ଧୋଡ୍ରା, ଭିକ୍ଷା, ଡଙ୍ଗରିଗୁଡା, ଧାମନାଗୁଡା ସମେତ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ପ୍ରତି ପଞ୍ଚାୟତରେ ବୁଲି ବୁଲି ହର ଘର ତ୍ରିରଙ୍ଗା ସଚେତନ ଶୋଭାଯାତ୍ରା କରିଥିଲେ। ଜୋନ୍ ସଭାପତି ଭୁଜବଳ ଗୈଡ଼ଙ୍କ ନେତୃତ୍ୱରେ। ପୂର୍ବତନ ମଣ୍ଡଳ ସଭାପତି ମନୁରାମ ଭତ୍ରା,ରଞ୍ଜିତ ଖୁରା, ଶିବ ଭତ୍ରା, ସୁତମ ମାଝୀ, ବଟକିଶୋର ବିଶୋଇ, ଭଜନ କଲାର, ସୁବାଷ ପନକା, ସହଦେବ ପନକା, ସନୁ ଭତ୍ରା, ସୂଜନ ଭକ୍ତ, ରମେଶ ମାଝୀ, ଡ଼ମ୍ଵରୁ ପନକା, ସମେତ ସମସ୍ତ ବିଜେପି କର୍ମୀ କର୍ତା , କର୍ମୀ ଓ ସମର୍ଥକ ୯ ଘଣ୍ଟିକା ସମୟରେ ବିଜାପୁର ଶିବ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ପରେ ପୂଜାର୍ଚ୍ଚନା କରି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ବିଭିନ୍ନ ନାରା ସହ ହର ଘର ତ୍ରିରଙ୍ଗା, ଇନ୍ କ୍ଲବ ଜିନ୍ଦାବାଦ, ବନ୍ଦେ ମାତରଂ,ଭାରତ ମାତା କି ଜୟ,ପ୍ରତି ଗାଁରେ ଭ୍ରମଣ କରି ତ୍ରିରଙ୍ଗା ପତାକା ବଣ୍ଟନ କଲେ