Hot Posts

6/recent/ticker-posts

ଘର ଦାଣ୍ଡରୁ ବାର ଫୁଟ୍ ର ଅଜଗର ସାପ ଉଦ୍ଧାର

ଝାରବନ୍ଧ, ୧୩ / ୦୮ (ଗୈାରୀଶଙ୍କର ପଞ୍ଚଭାୟା) : ଓଡ଼ିଶା ର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ କନ୍ଦାଡଙ୍ଗର ଗ୍ରାମ ପଞ୍ଚାୟତ ସରଗୁଲ ଗ୍ରାମ ର ସତନାମି ପଡା ( ଶିମୁଲିଖୋଲ ଛକ )ଠାରେ ଦିଲ୍ଲୀପ ଚନ୍ଦନ ଙ୍କ ଘର ଅଗଣାରେ ରାତ୍ରି ୮ ଟାରେ ବାହାରିଥିଲା ୧୨ ଫୁଟ ଲମ୍ବ ବିଶିଷ୍ଠ ଏହି ଅଜଗର ସାପ, ଦିଲ୍ଲିପ ପ୍ରଥମେ ଦେଖିଥିଲେ ଏହି ସାପ କୁ ,ତାପରେ ପଡୋଶୀ ଶିବରାମ ସାହୁ ଙ୍କୁ କହିଥିଲେ, ଶିବରାମ ସାହୁ ଓ ସନାତନ ପାଣ୍ତେ ଏ ଦୁଇଜଣ ସାପକୁ ଧରି ବଞ୍ଚାଇବାକୁ ଚେଷ୍ଟା କରିଥିଲେ  ଓ ଗ୍ରାମର ନାଗବାଚା ଜଗତଲାଲ ବରିହା ଓ ସୁରେନ୍ଦ୍ର ବରିହା( ବଦୋ) କୁ ଡାକି ସାପଟିକୁ ଚେଷ୍ଟା ବଲେ ଧରି ବସ୍ତା ରେ ପୁରାଇ ସେହି ଜାଗାରୁ ଏକ କିଲୋମିଟର ଦୂରକୁ ନେଇ ଜଙ୍ଗଲ ରେ ସୁରକ୍ଷିତ ଭାବେ ଛାଡ଼ି ଦେଇଥିଲେ , ଠିକ୍ ସମୟରେ ସମସ୍ତ ଙ୍କର ସହଯୋଗ ରେ ସାପଟିକୁ ବଞ୍ଚାଇବାରେ ସଫଳ ହେଲେ ଶିବରାମ ସାହୁ, ସନାତନ ପାଣ୍ତେ ଓ ଦିଲ୍ଲୀପ ଚନ୍ଦନ 

ଝାରବନ୍ଧ ରୁ ଗୈାରୀଶଙ୍କର ପଞ୍ଚଭାୟା ଙ୍କ ରିପୋର୍ଟ