Hot Posts

6/recent/ticker-posts

କୁନ୍ଦୁରା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ।

ଜୟପୁର,୩୦।୮ ( ଏ. ଭେଙ୍କଟ ରାଓ ) :ଉପ ଜିଲ୍ଲାପାଳ ଜୟପୁରଙ୍କୁ କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ସକାଶେ ରହିଥ‌ିବା ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାମାନଙ୍କ ଦସ୍ତଖତ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରିତ କରାଯିବା ସମ୍ପର୍କେ ଏକ ଦାବିପତ୍ର ଦେଇଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି କୁନ୍ଦୁରା ପଞ୍ଚାୟତ ସମିତିର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଗତ ଆଗଷ୍ଟ ୮ ତାରିଖରେ ୨୫ଜଣ ସରପଞ୍ଚ ସମିତି ସଭ୍ୟ ସଭ୍ୟା ମାନେ ମିଳିତ ଭାବେ ଏକ ରେଜଲ୍ୟୁସନ୍ କରି ଦେଇଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା ସରପଞ୍ଚ ସମିତି ସଭ୍ୟ ସଭ୍ୟା ମାନଙ୍କ ଦସ୍ତଖତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ । ବର୍ତ୍ତମାନ ସରପଞ୍ଚ ସମିତି ସଭ୍ୟ ସଭ୍ୟାମାନଙ୍କ ଦସ୍ତଖତକୁ ଯାଞ୍ଚ ସକାଶେ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯିବା ସମୟରେ କିଛି ଅସାମାଜିକ ବ୍ୟକ୍ତିଙ୍କ ଠାରୁ ଧମକ ଚମକ ଦିଆଯାଇ ବାଧା ସୃଷ୍ଟି ସୃଷ୍ଟି କରା ଯାଉଅଛି।ଏଣୁ ଅନୁରୋଧ କରିଛନ୍ତି କୁନ୍ଦୁରା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଦସ୍ତଖତ ଯାଞ୍ଚ ପ୍ରକ୍ରିୟା ନକରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏହି ଦସ୍ତଖତ ଯାଞ୍ଚ ପ୍ରକ୍ରିୟା କରିଲେ ଅସାମାଜିକ ବ୍ୟକ୍ତିଙ୍କ ଠାରୁ କୌଣସି ଧମକ ଚମକ ମିଳିବ ନାହିଁ ତତ୍ ସହିତ ଜୟପୁର କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ହେଲେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ ବୋଲି ଆଶା ଏବଂ ଭରସା ନେଇ ନିବେଦନ କରିଛନ୍ତି। ଉପ ଜିଲ୍ଲାପାଳ ଜୟପୁର ତୁରନ୍ତ ଏକ ଆଦେଶ ପ୍ରଦାନ କରିଲେ ସରପଞ୍ଚ ସମିତି ସଭ୍ୟ ସଭ୍ୟାମାନେ ଉପକୃତ ହେବେ ବୋଲି ଉପାଧ୍ୟକ୍ଷ ତରୁଣ ସେନ ବିଷୋୟୀ କୋହିଛିନ୍ତି।ଏହି ଦାବୀପତ୍ର ଦେବା ସମୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମୁନି ସାମନ୍ତରାୟ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଏବଂ ପନ୍ଦର ଜଣ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଉପସ୍ତିତ ଥିଲେ।