ଓଡ଼ିଶା ଅଙ୍ଗନୱାଡ଼ି ଓ ସହାୟିକା କର୍ମଚାରୀ ସଂଘର ସମସ୍ୟା ଓ ଦାବୀ ।
କୋରାପୁଟ : ତା ୨୧/୦୮ ( ବିପିନ କୁମାର ହିଆଲ) : ଓଡ଼ିଶା ଅଙ୍ଗନୱାଡ଼ି ଓ ସହାୟିକା କର୍ମଚାରୀ ସଂଘର ନିର୍ଦ୍ଦେଶାନୁସାରେ କୋରାପୁଟ ଜିଲ୍ଲା ଅଙ୍ଗନୱାଡ଼ି ଓ ସହାୟିକା କର୍ମଚାରୀ ସଂଘ ଜିଲ୍ଲା ସଭାପତି ଶ୍ରୀମତୀ ସଂଯୁକ୍ତା ସାହୁଙ୍କ ନେତୃତ୍ୱରେ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ଉପ ମୂଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ ଓ ମିଶନ୍ ଶକ୍ତି ବିଭାଗୀୟ ମନ୍ତ୍ରୀ ମାନ୍ୟବର ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ସେମାନଙ୍କ ସମସ୍ୟା ଓ କେତେକ ଦାବୀ କରାଯାଇଛି ।
ଏହା ପୂର୍ବରୁ ମଧ୍ୟ ରାଷ୍ଟ୍ରୀୟ ମଜଦୁର ସଂଘ ସହ ଓଡ଼ିଶା ଅଙ୍ଗନୱାଡ଼ି ଓ ସହାୟିକା କର୍ମଚାରୀ ସଂଘ ତରଫରୁ ଉପ ମୂଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ବିଭାଗକୁ କେତେଥର ଜ୍ଞାତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାର କୌଣସି ସମାଧାନ କରାଯାଇପାରିନାହିଁ । ତେଣୁ, ପୁଣିଥରେ ଆମର ସମସ୍ୟା ଓ ଦାବୀ ଜଣାଉଛୁ, ପୋଷଣ ଟ୍ରାକରରେ ଏଫ୍ ଆର୍ ଏସ ସମୟରେ ହେଉଥିବା ସମସ୍ୟା ଗୁଡ଼ିକ ଯଥା;
୧.ନେଟୱର୍କ ସମସ୍ୟା ।
୨. ଉନ୍ନତମାନର ମୋବାଇଲର
ସମସ୍ୟା ।
୩. ଆଧାର ସହିତ ମୋବାଇଲ
ନଂ ଲିଙ୍କ ନଥିବା ସମସ୍ୟା ।
୪.ଫୋଟ ମିସ୍ ମେଚର ସମସ୍ୟା
ଅଙ୍ଗନୱାଡ଼ି ଓ ସହାୟିକାଙ୍କ ଦାବୀ ଯଥା ; ୧. ଆଇ ସି ଡ଼ି ଏସରେ ନାମ ଉଚ୍ଛେଦ କରି ସରକାରୀ କର୍ମଚାରୀ ଘୋଷଣା କରାଯାଉ ୨. ଅଙ୍ଗନୱାଡ଼ି କର୍ମଚାରୀ ମାନଙ୍କୁ ମାସିକ ବେତନ ୧୮୦୦୦ ଟଙ୍କା ଓ ସହାୟିକାମାନଙ୍କୁ ୯୦୦୦ ଟଙ୍କା ଦିଆଯାଉ ୩.ଉଭୟ କର୍ମଚାରୀ ଅବସର ପରେ ଅବସରକାଳୀନ ରାଶି ୧୦ ଲକ୍ଷ ଓ ୫ଲକ୍ଷ ଦିଆଯାଉ ୪.ଅନଲାଇନରେ
କରାଯାଇଥିବା କାର୍ଯ୍ୟକୁ ଅପ୍ ଲାଇନ କରାଯାଉ । ୫.କର୍ମଚାରୀଙ୍କୁ ୫୦% ପଦୋନ୍ନତି , ପିଏଫ ଗ୍ରାଚୁଇଟି, ବରିଷ୍ଠତା ଭିତ୍ତିରେ ବେତନ ବୃଦ୍ଧି ଓ ଆଶ୍ରିତ ମାନଙ୍କୁ ଚିକିତ୍ସା ସୁବିଧା କରାଯାଉ । ୬. ପ୍ରତି ଶନିବାର କିଶୋରୀ ମାନଙ୍କୁ ସିଝା ଅଣ୍ଡା ୨ ଓ କଞ୍ଚା ଅଣ୍ଡା ୨ ଗୋଟି ଲେଖାଏଁ ଦିଆଯାଉ । ୭. ଜାଳେଣି କାଠର ବ୍ୟବସ୍ଥା କରାଯାଉ । ୮.ପ୍ରତି ବ୍ଲକ ଓ ଜିଲ୍ଲାରେ ଅଭିଯୋଗ ନିବାରଣ କମିଟି ଗଠନ କରାଯାଉ । ୯. ଅଙ୍ଗନୱାଡ଼ି କେନ୍ଦ୍ରରେ ଜଳ ଓ ବିଦ୍ୟୁତ୍ ଯୋଗାଣ ନିମନ୍ତେ ପଦକ୍ଷେପ ନିଆଯାଉ । ୧୦ . ଯୋଗ୍ୟତା ଥିବା କର୍ମଚାରୀ ମାନଙ୍କୁ ରାଷ୍ଟ୍ରୀୟ ଶିକ୍ଷା ପଲିସିନୁସାରେ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଉ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କର୍ମଚାରୀ ସଭାପତି ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ,ଉପଦେଷ୍ଟା ଶ୍ରୀ ସୁଧାଂଶୁ ଶେଖର ପାଢ଼ୀ, ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଲକ୍ଷ୍ମୀ ହୋତା,ରାଜ୍ୟ ଅଙ୍ଗନୱାଡ଼ି ଓ ସହାୟିକା ସଂଘର ସମ୍ପାଦିକା ଶ୍ରୀମତୀ ସ୍ଵର୍ଣ୍ଣଲତା ପଣ୍ଡା ଓ ଜିଲ୍ଲାରୁ ଆସିଥିବା ବହୁସଂଖ୍ୟକ ଅଙ୍ଗନୱାଡ଼ି ଓ ସହାୟିକା ଉପସ୍ଥିତ ଥିଲେ ।
କୋରାପୁଟ ଜିଲ୍ଲା ପ୍ରତିନିଧି ବିପିନ କୁମାର ହିଆଲଙ୍କ ରିପୋର୍ଟ