Hot Posts

6/recent/ticker-posts

ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମରେ ରକ୍ତଦାନ ଶିବିର।

ଜୟପୁର, ୨୫ / ୦୮ ( ଏ. ଭେଙ୍କଟ ରାଓ ) :ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ପୂର୍ବତନ ମୂଖ୍ୟ ପ୍ରଶାସିକା ରାଜଯୋଗିନୀ ଡଃ ପ୍ରକାଶମଣିଜୀ ଙ୍କ ୧୮ ତମ ପୁଣ୍ୟ ତିଥି ଉପଲକ୍ଷେ ଆଜି ଅନୁଷ୍ଠାନର ଜୟପୁର ସୋମ୍ବାରତୋଟା ସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଅନୁଷ୍ଠାନ ର ନିୟମିତ ଛାତ୍ର ଛାତ୍ରୀ ଏବଂ ସହରର ଜନସାଧାରଣ ଉପସ୍ଥିତ ରହି ସ୍ବଇଚ୍ଛାରେ ରକ୍ତ ଦାନ କରିଥିଲେ। ଆଜିର ଏହି ଶିବିରରେ ମୋଟ ୨୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହି ମହତ୍ ସେବା ରେ ଜିଲ୍ଲା ଚିକିତ୍ସାଳୟରୁ କର୍ମକର୍ତ୍ତା ଏବଂ ରକ୍ତଦାନ ପ୍ରବର୍ତକ ପ୍ରମୋଦ କୁମାର ରାଉଳ ଏବଂ ସମ୍ବାଦର ଆମ ଓଡ଼ିଶା ରକ୍ତଦାନ ସଭ୍ୟ ମାନେ ଉପସ୍ଥିତ ରହି ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ସେବାକେନ୍ଦ୍ର ସଂଚାଳିକା ବ୍ରହ୍ମା କୁମାରୀ ଜୟନ୍ତୀ ଭଉଣୀ, ଶୁଭଶ୍ରୀ ଭଉଣୀ, ଜ୍ୟୋତି ଭଉଣୀ, ସରସୀ ଭଉଣୀ, ସୁନୀତା ଭଉଣୀ, ମଣ୍ଡଳ ଭାଇ, ମାଝୀ ଭାଇ,ବୀର ପ୍ରସାଦ ଭାଇ, ମନୋରଞ୍ଜନ ଭାଇ, ରାଜେନ୍ଦ୍ର ଭାଇ ଓ ଅନ୍ୟାନ୍ୟ ଭଉଣୀ ଓ ଭାଇ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।