Hot Posts

6/recent/ticker-posts

ଓଡ଼ିଶା ଅମଲା ସଂଘ ର ଦାବି ସମ୍ପର୍କରେ ସରକାର ସଚେତନ ଅଛନ୍ତି

କୋରାପୁଟ, ୨୫ / ୦୮ ( ଗୁପ୍ତ ପ୍ରସାଦ ପତ୍ରିକା ) : ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଏକ ମାତ୍ର ନ୍ୟାର୍ଯ୍ୟ ଦାବି କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଦରମା ହାର ଷଷ୍ଠ ବେତନ କମିଶନ ଅନୁସାରେ ୪୨୦୦/- ଗ୍ରେଡ଼ ପେ ପ୍ରଦାନ ନିମନ୍ତେ ଓଡ଼ିଶା ଅମଲା ସଂଘ ୨୦୧୭ ମସିହାରୁ ସରକାର ଙ୍କ ଦ୍ବାରସ୍ଥ ହୋଇଥିଲେ, ସ୍ମାରକ ପତ୍ର, ଚରମ ପତ୍ର ପ୍ରଦାନ କରିଥିଲେ, କଳା ବ୍ୟାଜ ପରିଧାନ କରିଥିଲେ ଓ ସମୁହ ଛୁଟି ରେ ଥାଇ ଆନ୍ଦୋଳନ କୁ ଅହ୍ଲାଇଥିଲେ ପରିଶେଷରେ ସରକାର ତାଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରିଥିଲେ, ବିଗତ ସରକାର ରେ ଜିଲ୍ଲା ସ୍ତରୀୟ ଅମଲା ମାନେ ନିରାସ ହୋଇ ଧର୍ଯ୍ୟ ହରା ହୋଇ ପଡିଥିଲେ ଏଇ ନୁତନ ସରକାର ରେ ପୁଣିଥରେ ଓଡ଼ିଶା ଅମଲା ସଂଘ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବି ଉପସ୍ଥାପନ କରିଥିଲେ ଗତ ତା ୨୨.୦୮.୨୦୨୫ ରିଖ ଶୁକ୍ରବାର ଦିନ ଏ ନେଇ ଓଡ଼ିଶା ଅମଲା ସଂଘ ନେତୃବୃନ୍ଦ ଶ୍ରୀ ଚିତ୍ତରଞ୍ଜନ ତରାସିଆ ରାଜ୍ୟ ସାଧାରଣ ସମ୍ପାଦକ ଙ୍କ ସହିତ ଅନ୍ୟ କର୍ମକର୍ତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଙ୍କୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଏକ ମାତ୍ର ନ୍ୟାର୍ଯ୍ୟ ଦାବି ପୁରଣ ନିମନ୍ତେ ଦାବି ପତ୍ର ପ୍ରଦାନ କରି ଦାବି ସମ୍ପର୍କରେ ଆଲୋଚନା କରିଥିଲେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଖୁବ୍ ଶୀଘ୍ର ଓଡିଶା ଅମଲା ସଂଘ ର ନେତୃବୃନ୍ଦ ଙ୍କ ସହିତ ଆଲୋଚନା କରି ତାର ସମାଧାନ କରିବା ନିମନ୍ତେ ନିଶ୍ଚିତ କରାଇଇଥିଲେ, ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବି ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଅବଗତ ଥିବା ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି