Hot Posts

6/recent/ticker-posts

ଦୁର୍ଘଟଣା ନେଲା ଜୀବନ, ବାଇକ ଧକ୍କାରେ ନାବାଳକ ର ମୃତ୍ୟୁ

ଉମରକୋଟ, ୨୫ / ୦୮ (ପର୍ଶୁରାମ ନାୟକ) : ବାଇକ ଧକ୍କାରେ ନାବାଳକଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଳା ଉମରକୋଟ ବ୍ଳକ ଅନ୍ତର୍ଗତ ମୃତୁମା ଗ୍ରାମର ରାଜେଶ ମାଝୀ (୧୩) ମିଳିଥିବା ସୂଚନା ଅନୁଯାୟୀ ଗତ କାଳି ଅପରାହ୍ନ ଚାରିଟା ସମୟରେ ଗ୍ରାମ ନିକଟରେ ଥିବା ନବନିର୍ମିତ ରାୟପୁର ଠାରୁ ବିଶାଖାପାଟଣା ଭାରତ ମାଳା ରାସ୍ତାରେ ଚାଲି ଚାଲି ରାସ୍ତା ପାର ହେଉଥିବା ବେଳେ। ନବରଙ୍ଗପୁର ଠାରୁ ରାଇଘର ଯାଉଥିବା ଏକ ବାଇକ ଦୃତ ଗତିରେ ଆସି ରାଜେଶ ଧକ୍କା ଦେଇ ଚାଳି ଯାଇଥିଲା। ବାଇକ ଧକ୍କା ଫଳରେ ରାଜେଶଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ଏକ ଅଟୋ ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଆଣିଥିଲେ। ସଂଧ୍ୟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ରାଜେଶଙ୍କର ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ତଦନ୍ତ ଭାର ଏସଆଇ ସୈମେନ୍ଦ୍ର ସେଠୀ ଭାର ସମ୍ଭାଳିଛନ୍ତି ।