ରାଜସ୍ବ ଅମଲା ସଂଘ ର ନିଷ୍ପତିକୁ ନକଲ ବ୍ୟାନର ଦ୍ୱାରା ପ୍ରଚାର, ଚକ୍ରାନ୍ତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
କୋରାପୁଟ, ୧୮ / ୦୮ ( ଗୁପ୍ତ ପ୍ରସାଦ ପତ୍ରିକା ) : ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ ନିଷ୍ପତି କୁ ଓଡ଼ିଶା ଅମଲା ସଂଘ ର ବିରୋଧ ନେଇ ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ତା ୧୦ ୦୮.୨୦୨୫ ରିଖ ଦିନ ଜୟପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ ନିଷ୍ପତି କୁ ଓଡ଼ିଶା ଅମଲା ସଂଘ ବିରୋଧ କରୁଥିବା ସୃଷ୍ଟ କରିବା ସହିତ ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଏ ନେଇ ସୋନପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜସ୍ବ ଅମଲା ସଂଘ ର ନିଷ୍ପତ୍ତା କୁ ତିବ୍ର ନିନ୍ଦା କରିବା ସହିତ ଓଡ଼ିଶା ଅମଲା ସଂଘ ଅସୋହଯୋଗ କରିବା ନେଇ ସୃଷ୍ଟୀକରଣ ଦେଇଥିଲେ ଯାହାକି ଗଣ ମାଧ୍ୟମରେ ପ୍ରଚାର ପ୍ରସାର ହୋଇଥୁଲା ଆଜି ରାଜସ୍ବ ଅମଲା ସଂଘ ର କିଛି କୁ ଚକ୍ରାନ୍ତକାରି ଓଡ଼ିଶା ଅମଲା ସଂଘ ର ବ୍ୟାନର କୁ ନକଲ କରି ଓଡ଼ିଶା ଅମଲା ସଂଘ ରାଜସ୍ବ ଅମଲା ସଂଘ ର ନିଷ୍ପତ୍ତା କୁ ସମର୍ଥନ କରୁଥିବା ଗଣମାଧ୍ୟମ କୁ ଜଣାଇଥିବା ସୁଚନା ମିଳିଛି ତେଣୁ ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ତାଙ୍କ ପତ୍ର ସଂଖ୍ୟା ୧୫୦ ତା ୧୭.୦୮.୨୦୨୫ ରିଖ ରେ ମାନ୍ୟବର ଜିଲ୍ଲାପାଳ ମହୋଦୟ କୋରାପୁଟ ଙ୍କୁ ଅବଗତ କରାଇବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଥିଲେ ଏହାର ନକଲ ମାନ୍ୟବର ଆରକ୍ଷୀ ଅଧୂକ୍ଷକ କୋରାପୁଟ, ମାନ୍ୟବର ରାଜସ୍ବ ବିଭାଗ ସଚିବ, ମାନ୍ୟବର ଉପମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇବା ସହିତ, ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଙ୍କୁ ଏ ନେଇ ପୁଣିଥରେ ସାମ୍ବାଦିକ ସମ୍ମିଳନୀ କରିବାକୁ ଅନୁରୋଧ କରିଥିଲେ ଏ ନେଇ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଦାଶ୍ ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା, ଏଥିରେ ଶ୍ରୀ ସଞ୍ଜୟ କୁମାର ପଣ୍ଡା ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ କୈଳାସ ସାମନ୍ତରାୟ ଉପଦେଷ୍ଟା ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ଜଗନ୍ନାଥ ଦାଶ ବରିଷ୍ଠ ସଦସ୍ୟ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ଓ୍ବାଇ ଶ୍ରୀନିବାସ ରାଓ ରାଜସ୍ବ ଅମଲା ( ରାଜସ୍ବ ଅମଲା ସଂଘ ଆନ୍ଦୋଳନ ନିଷ୍ପତି କୁ ବିରୋଧ କରୁଥିବା) ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ, ଶ୍ରୀ ଦାଶ୍ କୁ ଚକ୍ରାନ୍ତକାରି ରାଜସ୍ବ ଅମଲା ସଂଘ ର ସଦସ୍ୟ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରଶାସନ ଓ ସରକାର ଙ୍କୁ ଅନୁରୋଧ କରିଥିଲେ
କୋରାପୁଟ ରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପଟ