Hot Posts

6/recent/ticker-posts

ତେରେସିଂହା ରେ ରୋଗୀବଲା ଯାତ୍ରା ସମ୍ପନ୍ନ

କର୍ଲାମୁଣ୍ଡା, ୨୬/୦୮ (ସୁଶାନ୍ତ ରଣା): ଆଉ ଗୋଟିଏ ଦିନ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ I ଇତି ମଧ୍ୟରେ ଗାଁ ଗହଳିରେ ଘରଦ୍ଵାର ଲିପାପୋଛା, ଆସବାପତ୍ର ଧୁଆଧୁଇ, ସଫା କାର୍ଯ୍ୟ ଶେଷ ହୋଇ ଯାଇଛି I ନୂଆଁଖାଇ ର କିଛି ଦିନ ପୂର୍ବରୁ ଗ୍ରାମରୁ ରୋଗ ଦୂରୀକରଣ ପାଇଁ ରୁଗୀ ବଲା ଯାତ୍ରା ଅନୁଷ୍ଠିତ ହୋଇଥାଏ I ସେହିପରି କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଏହି ଯାତ୍ରା ହୋଇଥିବା ବେଳେ ତେରେସିଂହା ଗ୍ରାମରେ ମଙ୍ଗଳ ବାର ରୁଗୀ ବଲା ଯାତ୍ରା ସମ୍ପନ୍ନ ହୋଇ ଯାଇଛି I ନୂଆଁଖାଇ ପୂର୍ବରୁ ସମସ୍ତେ ଯେପରି ସୁସ୍ଥ ଓ ଆନନ୍ଦିତ ରହିବେ, ସେ ଉଦ୍ଦେଶ୍ୟରେ ଏହି ରୁଗୀ ବଲା ଯାତ୍ରା କାହିଁ ପୂର୍ବ କାଳରୁ ଚାଲିଆସୁଛି I