ଗାଁ ଗାଁରେ ବେଆଇନ ମଦ କୋଠି ଖୋଲିବା ପ୍ରତିବାଦରେ ଧାରଣା
କର୍ଲାମୁଣ୍ଡା, ୨୬/୦୮(ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଭାଟି ପକ୍ଷରୁ ବ୍ଲକର ଗାଁ ଗାଁରେ କୋଠି ଖୋଲି ଖୁଲମ ଖୁଲା ଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମଙ୍ଗଳବାର ବ୍ଲକର ଓଡ଼ିଆମୁଣ୍ଡା ସ୍ଥିତ ଦେଶୀ ମଦ ଭାଟି ରାସ୍ତାରେ 'ଖ' ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଏଥିରେ ବରିଷ୍ଠ କଂଗ୍ରେସ ନେତା ରାଜକିଶୋର ମିଶ୍ର, ସ.ମାଲପଡା ସମିତି ସଭ୍ୟ ଗୋଲାପ ସାହୁ ତଥା ଅନ୍ୟ ମାନେ ମଧ୍ୟ ସାମିଲ ହୋଇଛନ୍ତି।