Hot Posts

6/recent/ticker-posts

କଳାହାଣ୍ଡି ଜିଲ୍ଲା ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଭବାନୀପାଟଣା,୨୬/୦୮( ବିଷ୍ଣୁ ଚରଣ ସ୍ୱାଇଁ ) : ଶାସକ ବିଜେପି ଦଳର ରାଜ୍ୟ ମୁଖିଆ ଭାବେ ନେତୃତ୍ୱ ନେବା ପରେ ଆଜି ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି ମନମୋହନ ସାମଲ। ଆଜି ଶ୍ରୀ ସାମଲ ସଡ଼କପଥରେ ଜିଲ୍ଲାର ପ୍ରବେଶ ଦ୍ୱାର କୁହାଯାଉଥିବା ଅମାଠ ଛକରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଦଳୀୟ ନେତୃବୃନ୍ଦ ସ୍ୱାଗତ ଜଣାଇଥିଲେ। ଏହାପରେ କେସିଙ୍ଗା, ଉତ୍କେଲା, ପାଷ୍ଟିକୁଡ଼ି ଦେଇ ଭବାନୀପାଟଣାରେ ପହଞ୍ଚିବା ପରେ ବାଇପାସ ରାସ୍ତା ପାଖରେ ହଜାର ହଜାର ଦଳୀୟ କର୍ମକର୍ତ୍ତା ତାଙ୍କୁ ସ୍ୱାଗତ ଜଣାଇଥିଲେ। ସେଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ସହିତ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏହାପରେ ଶ୍ରୀ ସାମଲଙ୍କ ଉଦ୍ଦେଶ୍ୟରେ ଶୋଭାଯାତ୍ରା ମାଣିକେଶ୍ୱରୀ ଛକ, ଦୟାନିଧି ଛକ, ଘୋଡ଼ାଘାଟ ଛକ ଦେଇ ଟାଉନହଲରେ ପହଞ୍ଚିଥିଲା। ସେଠାରେ ଦଳ ତରଫରୁ ରାଜ୍ୟ ସଭାପତିଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରାଣୀ ଓ ମତ୍ସ୍ଯ ସମ୍ପଦ ତଥା ଅଣୁ, କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ ନାଏକ, ଧର୍ମଗଡ଼ ବିଧାୟକ ସୁଧୀର ପାଟଯୋଶୀ, ପୂର୍ବତନ ସାଂସଦ ଅର୍କକେଶରୀ ଦେଓ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପ୍ରଧାନ, ରମେଶଚନ୍ଦ୍ର ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ପୂର୍ବତନ ଜିଲ୍ଲା ସଭାପତି ସୁନୀଲ ବେହେରା, ଶେଷଦେବ ବେହେରା, ଧନଞ୍ଜୟ ପାତ୍ର, ଦେବେନ୍ଦ୍ର ମହାନ୍ତି, ଆର୍ତ୍ତତ୍ରାଣ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

 ଜିଲ୍ଲା ସଭାପତି ଶ୍ରୀ ପୋଢ଼ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଜିଲ୍ଲା ସାଧାରଣ ସଂପାଦକ ଜୟଶଙ୍କର ନାଏକ ସଭା ପରିଚାଳନା କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ଅନାମ ନାଏକ, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ପ୍ରଦୀପ କୁମାର ଦାସଙ୍କ ସମେତ ଜିଲ୍ଲା ଓ ମଣ୍ଡଳସ୍ତରୀୟ ସଭାପତି, ସଂପାଦକ ତଥା ବହୁସଂଖ୍ୟାରେ ମହିଳା ଓ ପୁରୁଷ ଦଳୀୟ କର୍ମୀ ଯୋଗଦେଇଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ବିଜେଡି ଓ କଂଗ୍ରେସ ଦଳର ଅନେକ ନେତା ଓ କର୍ମୀ ଦଳ ଛାଡ଼ି ବିଜେପି ଦଳରେ ସାମିଲ ହୋଇଥିଲେ। ସେହିପରି ୨୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ମଧ୍ୟ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି। ଦଳ ତରଫରୁ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସମେତ ଅନ୍ୟ ନେତୃବୃନ୍ଦ ସେମାନଙ୍କୁ ଦଳୀୟ ଉତ୍ତରୀୟ ସହିତ ସ୍ୱାଗତ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ