Hot Posts

6/recent/ticker-posts

କଳାହାଣ୍ଡି ଜିଲ୍ଲା ସୈନିକ ବୋର୍ଡ ଠାରେ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟିତ

କଳାହାଣ୍ଡି, ୧୦ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧୁକରଣର ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ସୈନିଜ ବୋର୍ଡ ଠାରେ ଆଜି ତା; ୧୦.୦୮.୨୦୨୫ ରିଖ ଦିନ ଘ; ୯.୩୦ ସମୟରେ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଅଛି । ଉକ୍ତ ଆଇନ ସହାୟତା କେନ୍ଦ୍ରଟିକୁ ଭାରପ୍ରାପ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୁକରଣ ଅଧ୍ୟକ୍ଷ, ଶ୍ରୀ ରାଜିବ ଲୋଚନ ସାହୁ ଉଦ୍‌ଘାଟନ କରିଥିଲେ । ଉକ୍ତ ଉଦ୍‌ଘାଟନ ଉତ୍ସବରେ ସଚିବ ସ୍ନିଗ୍‌ଧା ପଣ୍ଡା,ଡେପୁଟି ଚିଫ ଲିଗାଲ ଏଡ୍ ଡିଫେନ୍ସ କାଉନସିଲ ସଞ୍ଜୟ କୁମାର ବେହେରା,ପାରାଲିଗାଲ ସେଛାସେବୀ ଓ ଜିଲ୍ଲା ସୈନିକ ବୋର୍ଡର କର୍ମଚାରି ପ୍ରମୁଖ ଉପସ୍ଥିତ ଥିଲେ । ଏହି ସହାୟତା କେନ୍ଦ୍ର ଠାରେ ମାଗଣାରେ ପ୍ରତିରକ୍ଷା କର୍ମଚାରି,ସେବା ନିବୃତ ସୈନିଜ ଓ ତାଙ୍କ ପରିବାର କେମିତି ମାଗଣାରେ ଆଇନ ସହାୟତା ପାଇପାରିବେ ତାହା ଏହି ଆଇନ ସହାୟତା କେନ୍ଦ୍ରର ମୂଳଲକ୍ଷ ଅଟେ । ଏହି ଉଦଘାଟନ ଉତ୍ସବରେ ଜିଲ୍ଲା ଆଇନ ସେବା ପ୍ରାଧୁକରଣର କର୍ମଚାରି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ