କୋରାପୁଟ ଜିଲ୍ଲା ସୁନାବେଡ଼ା ଅଞ୍ଚଳ ର ସାମ୍ବାଦିକ କୃଷ୍ଣ ସ୍ୱାଇଁଙ୍କ ପରଲୋକ ।
ସୁନାବେଡା, ୨୬ / ୦୮ ( ସୁମତି ଟାକ୍ରୀ ) : ସାମ୍ବାଦିକ କୃଷ୍ଣ ସ୍ୱାଇଁ ସୁନାବେଡା-1 ଏ ଇ ଫ କ୍ୱାଟର ରେ ରହିଁ ଆସୁଥିଲେ , ତାଙ୍କର ଦୁଇଟି କିଡ଼ିନି ଖରାପ ଥିବାରୁ ସେ କିଛି ଦିନ ଧରି କଟକ ର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ , କିନ୍ତୁ ତା 25/8/25 ରିଖ ଗତକାଲି ରାତ୍ର ୧୨ ଘଣ୍ଟା ସମୟରେ ତାଙ୍କର ପରଲୋକ ହୋଇ ଯାଇଛି , ତାଙ୍କର ଶେଷ କୃତ୍ୟ ସ୍ବର୍ଗ ଦ୍ଵାରରେ କରାଯାଇଛି ,ସେ ସୁନାବେଡା ଅଞ୍ଚଳ ର ଜଣାଶୁଣା ସାମ୍ବାଦିକ ତଥା ଜଣେ ପରପୋକାରି ମଣିଷ ଥିଲେ । ସେ ଦୈନିକ ଖବର କାଗଜର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ସେ ସେମିଳିଗୁଡା ପ୍ରେସ୍ କ୍ଲବ୍ ର କୋଷାଧ୍ୟକ୍ଷ ଭାବ ରେ ଅନେକ ଦାଇତ୍ୱ ସମ୍ପାଦନା କରି ଆସିଛନ୍ତି ଓ ଅନେକ ଲୋକ ମାନଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି। ତାଙ୍କର ବିୟୋଗ ରେ ସୁନାବେଡା ର ବିଭିନ୍ନ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି । ଅନେକ ସାମ୍ବାଦିକ ଓ ସମାଜ ସେବୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।