Hot Posts

6/recent/ticker-posts

ପଦ୍ମଶ୍ରୀ ବିନୋଦ ପଶାୟତ ଏବଂ ସମାଜ ସଂସ୍କାରକ ରଙ୍କମଣି ବାରିକଙ୍କ ଶ୍ରଦ୍ଧାଞ୍ଜଳିସଭା


କଳାହାଣ୍ଡି, ୨୬ / ୦୮
( ବିଷ୍ଣୁ ଚରଣ ସ୍ୱାଇଁ ) : ଅଦ୍ୟ ତା. ୨୫/୦୮/୨୦୨୫ ସୋମବାର ସନ୍ଧ୍ୟା ୫ଘ. ସମୟରେ ନିଖିଳ ଉତ୍କଳ ବାରିକ ସମିତି କଳାହାଣ୍ଡି ଜିଲ୍ଲା ପକ୍ଷରୁ ଅଣଗେଜେଟ ବନ କର୍ମଚାରୀ ସଭାଗୃହ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଏହି ଶ୍ରଦ୍ଧାଞ୍ଜଳି ସଭାରେ ନିଖିଳ ଉତ୍କଳ ବାରିକ ସମିତିର ରାଜ୍ୟ ଉପ ସଭାପତି ଶ୍ରୀଯୁକ୍ତ ହିରାଲାଲ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ l ପ୍ରଥମେ ପଦ୍ମଶ୍ରୀ ବିନୋଦ ପଶାୟତ ଓ ସମାଜ ସଂସ୍କାରକ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ରଙ୍କମଣି ବାରିକଙ୍କ ଦିବଂଗତ ଆତ୍ମାର ସଦଗତି କାମନା କରି ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ସ୍ୱର୍ଗତ ବିନୋଦ ପଶାୟତ ଏକାଧାରରେ ଜଣେ ସମ୍ବଲପୁରୀ ଗୀତିକାର, ନାଟ୍ୟକାର ଓ ସମ୍ବଲପୁର ବାରିକ ସମାଜର ସଭାପତି ରହି ଆସିଥିଲେ l 


ସ୍ବର୍ଗତ ପଶାୟତଙ୍କ ୧୯୭୮ ମସିହାରେ କଳାହାଣ୍ଡିର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସମର୍ପଣ ପାଇଁ ରଚିତ ଗୀତ ବାଜୁଛେ ମାଦଲ ଆସ ଏ ବଉଲ କୁରେଇ ଫୁଲ କଳାପ୍ରେମୀଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇ ପାରିଛି l ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର ଜୀବନ ଗୋ , ଗୁଟେ ଅକ୍ଷରର ମହତ, ନାଟକ ମଧ୍ୟରେ ଉଖୀ , ମୁଇଁ ନାଇଁ ମରେ ଭଳି କାଳଜୟୀ ନାଟକ ରଚନା କରି ସମ୍ବଲପୁରୀ ଭାଷାକୁ ସାରା ଭାରତରେ ଏକ ସ୍ବତନ୍ତ୍ର ପରଚୟ ଦେବାରେ ଶ୍ରୀ ପଶାୟତଙ୍କ ଅବଦାନ ଚିର ସ୍ମରଣୀୟ l ସେହିଭଳି ବରଗଡ଼ ପାଇକମାଳ ନିକଟ ପଲସଦା ନିବାସୀ ସମାଜ ସଂସ୍କାରକ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସ୍ଵର୍ଗତ ରଙ୍କମଣି ବାରିକ ଶୃଙ୍ଖଳିତ ସମାଜ ପାଇଁ ଏକ ମାର୍ଗଦର୍ଶିକା ଓ ନିୟମାବଳୀ ରଚନା କରି ଶୃଙ୍ଖଳିତ ସମାଜ ଗଠନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ l 
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଲମ୍ବୋଦର ବେହେରା,କମ୍ବୁପାଣି ପରିଛା, ଭଗବାନ ବିଶୋଇ, ବସନ୍ତ କୁମାର ବାରିକ, ସୂରୁ ବାରିକ, ଅଜୟ କୁମାର ଡାକୁଆ, ପ୍ରମୁଖ ଯୋଗ ଦେଇ ଥିଲେ l
କଳାହାଣ୍ତି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ