Hot Posts

6/recent/ticker-posts

ନୂଆଁଖାଇ ପୂର୍ବରୁ ଝରିଗାଁରେ ଭଁଲାନୀ ବାଳିପାଡନୀ ପୂଜା ଅନୁଷ୍ଠିତ

ଝରିଗାଁ, ୨୬/୦୮ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲାରେ ଆଉ ଦୁଇ ଦିନ ପରେ ନୂଆଁଖାଇ ପର୍ବ ଇତି ମଧ୍ୟରେ ଗାଁ ଗୋହାଲିରେ ଘର ଦ୍ୱାର ଲିପା ପୋଛା ଅସବା ପତ୍ର ଲୁଗାପଟ୍ଟା କିଣା କିଣି ଧୂମଧାମରେ ଚାଲିଥିବା ବେଳେ। ଆଜି ଠାରୁ ଆରମ୍ଭ ହେଲାଣି ଗଣପର୍ବ ନୂଆଁଖାଇ ଗାଁର ରୋଗ ଦୂରୀକରଣ ପାଇଁ ଭଁଲାନୀ ସହ ବାଳିପାଡନୀ ପୂଜା ବିଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଏହି ପରିପ୍ରେକ୍ଷୀରେ ଗ୍ରାମ ର ମାଝୀ, ପୂଜାରୀ, ସମରଥ,,ଚଳାନ, ଗାଣ୍ଡା ରହିତ ସମସ୍ତେ ଏକତ୍ରିତ ହୋଇ ଗ୍ରାମର ଭିମା ଦେବତା , ଧାଣ୍ଡ ଦେବୀ , ଜଗନୀ, ପରେ ବାଉଂଶର ତିଆରି ଡୋଲା କୁ ଗ୍ରାମ ର ଶେଷ ମୁଣ୍ଡରେ ଭଁଲାନୀ ପିଠ କୁ ନେଇ । ଅରୁଆ ଚାଉଳ, ଲିଆ , ଛୁଡ଼ା, ଖିର, ନଡ଼ିଆ, ଧୂପ କାଠି , ଗାଁର ରୋଗ ଦୂରୀକରଣ ପାଇଁ ଗ୍ରାମ ଦେବା ଦେବୀ ଙ୍କୁ ପୂଜାର୍ଚ୍ଚନା କରିଥିଲେ। ନୂଆଁ ଚାଉଳ ଚୁଡ଼ା ଖାଇବା ପୂର୍ବରୁ ସମସ୍ତେ ଯେପରି ସୁସ୍ଥ ଓ ଆନନ୍ଦିତ ରହିବେ। ସେ ଉଦ୍ଦେଶ୍ୟରେ ଏହି ଭଂଲାନୀ ବା ବାଳି ପାଡନୀର ପୂଜାବିଧି ପୂର୍ବ କାଳରୁ ଚାଲିଆସୁଅଛି। ଏଥିରେ ଗାଁର ଚତୁର ପୂଜାରୀ,ପାକୁଳୁ ମାଝୀ,ପାକଳୁ ଭତ୍ରା, ବୁଚନ୍ଦ ଗୌଡ, ଟି ବୁ ପନକା ସମେତ ଅନ୍ୟାନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।