ବଲସକୁମ୍ପା ବିଜେପି ମଣ୍ଡଳରେ ହରଘର ତ୍ରିରଙ୍ଗା ଶୋଭାଯାତ୍ରା
ଖଜୁରୀପଡା, ୧୩/୮(ଅଚ୍ୟୁତ ଯାନୀଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ମଣ୍ଡଳ ସଭାପତି ଶ୍ରୀନିବାସ ପ୍ରଧାନଙ୍କ ନେତୃତ୍ୱରେ ହରଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ଟିଟ୍ରାପଙ୍ଗା ଠାରୁ ଆରମ୍ଭ କରାଯାଇ ଆଡାସି ପଡା, ବଲସକୁମ୍ପା,ପିରିକୁଡି,ଗୁଦାରୀ ପଞ୍ଚାୟତ ପର୍ଯ୍ୟନ୍ତ ତ୍ରିରଙ୍ଗା ଧରି ପରିକ୍ରମା କରି ବିଭିନ୍ନ ନାରା ଦେଇ ଜନସାଧାରଣ ମାନଙ୍କ ଭିତରେ ଦେଶ ପ୍ରୀତି ମନୋଭାବ ସୃଷ୍ଟି କରିବା ନିମନ୍ତେ ସଚେତନ ବାର୍ତ୍ତା ଦିଆଯାଇଥିଲା । ଏଥିରେ ମଣ୍ଡଳ ସଭାପତି ଶ୍ରୀନିବାସ ପ୍ରଧାନଙ୍କ ସମେତ ଖଜୁରୀପଡ଼ା ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ କୁମାର ଦିଗାଲ, ମଣ୍ଡଳ ସାଧାରଣ ସମ୍ପାଦକ ଦେବାଶିଷ ସାହାଣୀ,ଏସ୍ ଟି ମୋର୍ଚ୍ଚା ସଭାପତି ବିଚିତ୍ର ବୀର୍ଯ୍ୟ ପ୍ରଧାନ, ପୂର୍ବତନ ମଣ୍ଡଳ ସଭାପତି ରାଜେନ୍ଦ୍ର ବେହେରା, ବରିଷ୍ଠ ବିଜେପି କର୍ମୀ ସୁବାଷ ଯାନୀ, ଇନ୍ଦ୍ରମଣି କହଁର, ଖଜୁରୀପଡା ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର,ବୁଥ ସଭାପତି ମନୋଜ ବେହେରା ସମେତ ପ୍ରାୟ ପଚାଶରୁ ଉର୍ଦ୍ଧ କର୍ମୀ ସାମିଲ୍ ହୋଇ ଥିଲେ ।