ଭିଜିଲାନ୍ସ ଜାଲରେ ସ୍ଵାସ୍ଥ୍ୟ କର୍ମୀ
ଜୟପୁର,୧୩।୮ ( ଏ. ଭେଙ୍କଟ ରାଓ ) :ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ଲାଞ୍ଚ ନେଉଥିବା ସମୟରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସିହେଚସି ର ପୁରୁଷ ସ୍ବାସ୍ଥ୍ୟ କର୍ମୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। କୁଞ୍ଜ ବିହାରୀ ରାଉତ ପୁରୁଷ ସ୍ବାସ୍ଥ୍ୟ କର୍ମୀ ମୁନିଗୁଡ଼ା ଗ୍ରାମ ଜିଲ୍ଲା ରାୟଗଡ଼ା ଜଣେ ଗରିବ ଚାଷୀ ଅଭିଯୋଗକାରୀ ଙ୍କ ଠାରୁ ତାଙ୍କ ଅଫିସ ରୁମରେ ତାଙ୍କ ପୁଅର ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ମୋଟ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଅଭିଯୁକୁ ରାଉତ କିଛି ଦିନ ପୂର୍ବରୁ ଅଭିଯୋଗକାରୀଙ୍କ ଠାରୁ ୩୦୦୦ ଟଙ୍କା ପାଇଥିଲେ କିନ୍ତୁ ବାକି ଟଙ୍କା ଲାଞ୍ଚ ପାଇଁ ଜିଦ୍ ଧରିଥିଲେ। ଅନ୍ୟ କୌଣସି ଉପାୟ ନପାଇ ଗରିବ ଅଭିଯୋଗକାରୀ ରାଉତଙ୍କ ଦ୍ବାରା ହଇରାଣ କରାଯାଉଥିବା ଅଭିଯୋଗ କରି ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଲେ। ଅଭିଯୋଗ ପରେ ଏକ ଭିଜିଲାନ୍ସ ଦଳ ଆଜି ଅଭିଯୋଗକାରୀ ଙ୍କ ଠାରୁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରାଉତଙ୍କୁ ଗିରଫ କରିଛି। ଅଭିଯୁକୁ ରାଉତଙ୍କ କବଜାରୁ ସମସ୍ତ ଦାବୀ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି।
ପରେ ଆୟ ବହିର୍ଭୂକ୍ତ ସମ୍ପତ୍ତି ଠୁଳ କରିଥିବା ଦୃଷ୍ଟିକୋଣରୁ ରାଉତଙ୍କ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି।ଏହି ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୨୭/୨୦୨୫ ୭ପିସି ସଂଶୋଧନ ଆଇନ ୨୦୧୮ ଅନୁଯାଇ ଅଭିଯୁକ୍ତ ରାଉତ ଏମହେଚଡାବ୍ଲୁ ବିରୁଦ୍ଧରେ ରୁଜୁ କରାଯାଇଛି। ଅଧିକା ତଦନ୍ତ ଜାରି ରହିଥିବା କୋରାପୁଟ ମଣ୍ଡଳ ଦୁର୍ନିତୀ ନିବାରଣ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।