Hot Posts

6/recent/ticker-posts

କଟାବାହାଲ ର ଜୟ ବଜରଙ୍ଗବଳୀ ଗଣେଶ ପୂଜା ଯୁବକ ସଂଘ ନୂଆଁଖାଇ ଭେଟଘାଟ ଦୁମଧାମ ରେ ପାଳିତ

ବରଗଡ଼, ୩୦ / ୦୮ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଠାରେ ଜୟ ବଜରଙ୍ଗବଳୀ ଗଣେଶ ପୂଜା ଯୁବକ ସଂଘ କଟାବାହାଲ ଗାନ୍ଧିଛକ ଠାରେ ଭବ୍ୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି l କଟାବାହାଲ ଗାନ୍ଧିଛକ ଠାରେ ଅନୁଷ୍ଠିତ ଏହି ନୂଆଁଖାଇ ଭେଟଘାଟ ରେ କଟାବାହାଲ ଗ୍ରାମର ସମସ୍ତ ଜାତି ବର୍ଗ ର ଲୋକ ସମବେତ ହୋଇ ପରସ୍ପର ଭେଟ ହେବା ସହ ଏହି ନୂଆଁଖାଇ ଭେଟ ଘାଟ ରେ ମୁଖ୍ୟ ଅଥିତି ଭାବେ ଶ୍ରୀଯୁକ୍ତ ବନମାଳୀ ବେହେରା ସମାଜସେବୀ ଓ ବିପିନ ନନ୍ଦ ଶିକ୍ଷକ, ଆନନ୍ଦ ବରିହା ବି ଏସ ଏଫ ଯବାନ, କଳ୍ପ କୁମ୍ଭାର ଜଣେ ଖେଳାଳି, କୁନା ରଣା ସମାଜ ସେବୀ ଓ କଟାବାହାଲ ଗ୍ରାମର ଗୌତିଆ ଶ୍ରୀଯୁକ୍ତ ବରିହା ଓ କଟାବାହାଲ ଗ୍ରାମର ଜୟ ବଜରଙ୍ଗ ବଳୀ ଯୁବକ ସଂଘ ପ୍ରମୁଖ ଯୋଗ ଦେଇ ପ୍ରଥମେ ଗ୍ରାମ ର ଦେବା ଦେବୀ, ବଜରଙ୍ଗ ବଳୀ କୁ ପୂଜା ଅର୍ଚନା କରି ନୂଆଁଖାଇ ଭେଟଘାଟ କୁ ଶୁଭାରମ୍ଭ କରିଥିଲେ l ପ୍ରାରମ୍ଭରେ ନୂଆଁଖାଇ ଭେଟଘାଟ ର ଅତିଥି ଶ୍ରୀଯୁକ୍ତ ବିପିନ ନନ୍ଦ ନୂଆଁଖାଇ ଭେଟଘାଟ ଉଦେଶ୍ୟ ଜଣାଇଥିଲେ l ଏହା ପରେ ସ୍ଥାନୀୟ ଏବଂ ବାହାରୁ ଆସିଥିବା କୀର୍ତ୍ତନ ଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଆସିଥିବା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା କୃତୀ ପ୍ରତିଭାଗୀ ଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମ ନୂଆଁଖାଇ ଭେଟଘାଟ କମିଟି ପରିଚାଳନା ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ବରଗଡ଼ ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ