Hot Posts

6/recent/ticker-posts

ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳନ।

ଜୟପୁର, ୨୪।୮ ( ଏ. ଭେଙ୍କଟ ରାଓ ) : ସ୍ଥାନୀୟ ଅଗ୍ରସେନ ଭବନ ଠାରେ ବିଶ୍ୱ ହିନ୍ଦୁ ପରିଷଦର ୬୧ ତମ ପ୍ରତିଷ୍ଠା ଦିବସ ସହିତ ବଳିଦାନ ଦିବସ ପାଳନ କରିଛି। ଏହି ଅବସରରେ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ବଳିଦାନର ସ୍ମୁତି ଚାରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଶ୍ବ ହିନ୍ଦୁ ପରିଷଦର ପ୍ରାନ୍ତ ଉପ ସଭାପତି ବାବୁ ଭାଇ ବଜରଙ୍ଗି ଅତିଥି ରୂପେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜୟପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜସ୍ୱର ପଣ୍ଡା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମଞ୍ଚାଷିନ ଥିଲେ ବିଶ୍ବ ହିନ୍ଦୁ ପରିଷଦ ଜୟପୁର ଜିଲ୍ଲା ‌ସମ୍ପାଦକ କମଳ ଲଚନ ବିଶ୍ବାଳ ନିଲୁ ଭାଇ ଏବଂ ଜିଲ୍ଲା ଉପ ସଭାପତି ନିବେଦିତା ରଥ। ଅତିଥିଙ୍କ ବକ୍ତବ୍ୟରେ ବିଶ୍ବ ହିନ୍ଦୁ ପରିଷଦ ସଂଗଠନକୁ ସୁଦୃଢ କାରିବା, ହିନ୍ଦୁତ୍ବ ଭାବ ପ୍ରତ୍ୟେକ ପରିବାରର ସମସ୍ତ ସଦସ୍ୟଙ୍କ ଠାରେ କିଭଳି ଜାଗ୍ରତ ହେବ ଏବଂ ସ୍ଵାମୀ ଲକ୍ଷ୍ମଣା ନନ୍ଦ ସରସ୍ଵତୀଙ୍କ ଜୀବନୀ ତାଙ୍କର ହିନ୍ଦୁତ୍ଵ ଭାବ ହିନ୍ଦୁ ସମାଜ ପ୍ରତି ତ୍ୟାଗ ବଳି ଦାନ ଅତୁଳନୀୟ ବୋଲି ଅତିଥିମାନେ ପ୍ରକାଶ କରିବା ସହ ଧର୍ମାନ୍ତିକରଣ, ଗୋ ଚାଲାଣ ମୋଠୋ ମନ୍ଦିରର ସୁରକ୍ଷା ପ୍ରତି ରାଜ୍ୟ ସରକାର ଯତ୍ନବାନ ହେବା ଜରୁରୀ ବୋଲି ମତ୍ତବ୍ୟକ୍ତୋ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜୟପୁର ବିଭାଗ ସମ୍ପାଦକ ନବକୃଷ୍ଣ ରଥ, ଜିଲ୍ଲା କୋଷାଧ୍ୟକ୍ଷ ଗଙ୍ଗାଧର ନାୟକ, ଓଡିଶା ଅମଲା ସଂଘ ଜିଲ୍ଲା ସଭାପତି ଶଶି ଭୂଷଣ ଦାସ ଙ୍କ ସହ ଶତାଧିକ ସନାତନି ଉପସ୍ଥିତ ରହିଥିଲେ।