ବୃଦ୍ଧାଙ୍କ ନିଖୋଜ ଘଟଣା, ଗୁଣି ଗାରେଡି ସନ୍ଦେହ ରେ ହତ୍ୟା, ଚାରି ଗିରଫ
ଲାଞ୍ଜିଗଡ଼, ୦୫ / ୦୮ ( ବିଶ୍ନୁ ଚରଣ ସ୍ଵାଇଁ ) : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ତଥା ଲାଞ୍ଜି ପଞ୍ଚାୟତ କାଣ୍ଡାମା ଗାଁର ବୃଦ୍ଧ ରଘୁ ପାତ୍ରଙ୍କ ନିଖୋଜ ଘଟଣାକୁ ଆଜି ଛଅ ଦିନ ବିତିଯାଇଥିବା ବେଳେ ଆଜି ତାହା ହତ୍ୟାର ରୂପ ନେଇଛି l ବୃଦ୍ଧ ରଘୁ ପାତ୍ରଙ୍କୁ ହତ୍ୟା କରି ରେଳ ଧାରଣାରେ ପକାଇଦିଆ ଯାଇଥିଲା I ସୂଚନା ଅନୁସାରେ ଗତ ୩୦ତାରିଖ ଦିନ ରଘୁ ପାତ୍ର ବଣ୍ଡେଲ ଗାଁକୁ ମଦ ପିଇବା କୁ ଆସିଥିବା ବେଳେ ଆଉ ଘରକୁ ଫେରି ନ ଥିଲେ l ପରିବାର ଲୋକେ ଖୋଜା ଖୋଜି ପରେ ମଧ୍ୟ୍ୟ ନ ପାଇବାରୁ ବିଶ୍ୱନାଥ ପୁର ଥାନାର ଦ୍ୱାରସ୍ତ ହୋଇଥିଲେ l ଏପରିକି ତାଙ୍କ ବାପାଙ୍କ ହତ୍ୟା ପରେ ଶବକୁ ଗାୟବ କରିଦିଆ ଯାଇଛି ବୋଲି ଅଭିଯୋଗ କରିବା ସହିତ ଏଥିପାଇଁ ଅଞ୍ଚଳର ଚାରିଜଣ ବ୍ୟକ୍ତିଙ୍କୁ ସେ ସନ୍ଦେହ କରୁଥିବା ନେଇ ପୁଲିସକୁ ଜଣାଇଥିଲେ I ତେବେ ମାସକ ତଳେ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ରଘୁ ତାଙ୍କୁ ଗୁଣିଗାରେଡି କରିଥିବା ନେଇ ଅଭିଯୋଗ ଉଠିଥିଲା। ସେଇଦିନଠୁ କିଛି ଲୋକ ରଘୁଙ୍କୁ ଟାର୍ଗେଟ କରିଥିବା ନେଇ ସନ୍ଦେହ କରିବା ସହିତ ତାଙ୍କ ବାପାଙ୍କ ନିଖୋଜ ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ମୂରଲୀ କହିଥିଲେ l
ତେଵେ ଦୁର୍ଗମ ଅଂଚଳରେ ଏବେ ମଧ୍ୟ୍ୟ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଅନେକ ଜୀବନ ଯାଉଛି ଏଭଳି ଏକ ଚାଞ୍ଚଲ୍ୟ କର ଘଟଣା ଘଟୁଛି କାଣ୍ଡାମା ଗାଁରେ l ଉକ୍ତ ଗାଁର ରଘୁ ପାତ୍ର(୬୦)ଙ୍କୁ ଜଘନ୍ୟ ଭାବରେ ହତ୍ୟା କରି ରେଲୱେ ଟ୍ରାକରେ ପକାଇ ଦିଆଯାଇଛି l ବିଶ୍ୱନାଥପୁର ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି କଳାହାଣ୍ଡି ଏସପି ନାଗାରାଜ ଦେବରକୁଣ୍ଡା ଙ୍କ ନିର୍ଦେଶ କ୍ରମେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହଯୋଗରେ ସେହି ଗ୍ରାମର ଚାରି ଜଣଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି l ଏପଟେ ୫ଦିନ ହେଲା ପରିବାର ଲୋକେ ସବକୁ ନ ପାଇ ପୋଲିସର ଦ୍ୱାରସ୍ତ ହୋଇ ଥିବା ବେଳେ ୬ଦିନ ପରେ ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଦାନି କୁକୁର ସାହାଯ୍ୟରେ ଚାରି ଜଣଙ୍କୁ ଗିରଫ କରି ବିଶ୍ୱନାଥପୁର ଥାନାକୁ ଆଣି ପଚରାଉଚରା କରିଥିବା ବେଳେ ରଘୁ ପାତ୍ରଙ୍କ ମୃତ ଦେହ ଆମ୍ବଦୁଲା ଦହିଖାଳ କୁ ସଂଯୋଗ କରୁଥିବା ରେଲୱେ ଟ୍ରାକରେ ଦେଖିବାକୁ ପାଇଥିଲେ l ଏହା ପରେ ରେଲୱେ ପୋଲିସ ଶବକୁ ଜବଦ କରି ରାୟଗଡା କୁ ସ୍ଥାନାନ୍ତର କରିଥିବା ବେଳେ ବିଶ୍ୱନାଥପୁର ପୋଲିସ ରାୟଗଡା ଯାଇ ଶବ ଜବତ କରିବା ଶହ ତଦନ୍ତ ଜାରି ରଖିଛି l ହେଲେ ଏହି ହତ୍ୟା ଘଟଣାରେ ପୋଲିସ କେତେଜଣଙ୍କୁ ଗିରଫ କରୁଛି ଓ କେତେଜଣଙ୍କୁ ପଚରାଉଚରା କରୁଛି ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ। ଏପଟେ ଦୋଷୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବିଶ୍ୱନାଥପୁର ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ପରିବାର ଲୋକେ। ତେଵେ ଦୋଷୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହେଉଛି ଓ କିଏ ଦୋଷୀ ସେମାନଙ୍କ ବିରୋଧରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ