Hot Posts

6/recent/ticker-posts

ସ୍ତ୍ରୀ ଘରେ, ସ୍ୱାମୀ ଗଛରେ — ସାନଭିମାଗୁଡ଼ାରେ ଦୁହେଁଙ୍କ ଝୁଲନ୍ତା ମୃତଦେହ

ଝରିଗାଁ, ୦୫ / ୦୮ ( ନକୁଳ ଭତ୍ରା ) : ସ୍ତ୍ରୀଙ୍କ ଶବ ଘର ଭିତରେ ଓ ସ୍ୱାମୀଙ୍କ ଶବ ଗଛ ଉପରେ ଦୁଇ ଙ୍କ ମୃତ ଶରିର ଝୁଲନ୍ତା ଅବସ୍ଥାରେ । ଏଭଲି ଏକ ଅଭାବନୀୟ ଘଟଣା ଘଟିଛି । ଉମରକୋଟ ଥାନା ଅଧୀନ ସାନଭିମାଗୁଡ଼ା ଗାଁରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଧୋଡ୍ରା ପଞ୍ଚାୟତ ଅଧୀନରେ ଥିବା ସାନ ଭିମାଗୁଡ଼ା ଗାଁରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ମୃତ୍ୟୁ ଦେହ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକେ ଆତ୍ମହତ୍ୟା କରିଥିବା ସନ୍ଦେହ କରି ଉମରକୋଟ ଥାନା ରେ ଏକ ଲିଖିତ ଏତେଲା ଦେଇଥିଲେ। ଉକ୍ତ ଏତେଲା କୁ ଭିତ୍ତି କରି ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟରେ ପଠାଇ ଅଧିକ ତଦନ୍ତ ପାଇଁ ଜାରୀ ରଖିଛନ୍ତି । ଆତ୍ମହତ୍ୟା କରିଥିବା ସ୍ୱାମୀ ଓ ସ୍ତ୍ରୀ -: ସୁତମ ଭତ୍ରା (୩୨) ଫୁଲମନୀ ଭତ୍ରା (୨୭) ସୂଚନା ଯୋଗ୍ୟ -: ଗତକାଲି ରାତିରେ ଖାଇ ପିଇ ସାରି ଶୋଇବା ପାଇଁ ନିଜ ରୁମକୁ ଦୁହେଁ ଯାଇଥିଲେ । ଆଜି ସକାଳେ ପରିବାର ଲୋକେ କବାଟ ବନ୍ଦ ଥିବାର ଦେଖି କବାଟ କୁ ବାଡେ଼ଇ ଡାକିଥିଲେ । କିନ୍ତୁ କୌଣସି ଭିତରୁ ଆଭାଜ ନ ଆସିବାରୁ ପରିବାର ଲୋକେ କବାଟକୁ ଭାଙ୍ଗି ଦେଖିବାକୁ ପାଇଲେ ଯେ ଫୁଲମନୀ ବେକରେ ଓଡ଼ଣୀ ବାନ୍ଧି ଲୁହା ପାଇଫ ରେ ଝୁଲୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଘରେ ଭିତରେ ସୁତ ମ ନ ଥିବାର ଦେଖି ପରିବାର ଲୋକେ ଖଜା ଖଜି କରିଥିଲେ । ପରେ ଘର ପାଖରେ ଥିବା ତେନ୍ତୁଲି ଗଛରେ ଶାଢୀ ସାହାଯ୍ୟରେ ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ପରିବାରେଲୋକେ ଦେଖିବାକୁ ପାଇଥିଲେ । ସୁତମ ଙ୍କ ର ପୁଅ ଝିଅ ନ ଥିବା ବେଳେ ସ୍ୱାମୀ ସ୍ତ୍ରୀ ଦୁହେଁ ପେଟ ପାଟଣା କରି ରହିଆସୁଥିଲେ। ଦୁହେଁ ଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇ ପରିବାକୁ ଅସ୍ଥାନ୍ତର କରାଯାଇଛି । ଆଗକୁ ତଦନ୍ତ ପରେ ଜଣାପଡ଼ିବ ବୋଲି ସୂଚନା ମିଳିଛି