ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
ସିନାପାଲି, ୧୭ / ୦୮ (ଶୋଭାରାମ ମହାନନ୍ଦ) : ନୂଆପଡ଼ା ଜିଲ୍ଲା ସିନାପାଲି ପି. ଏମ. ଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ତ୍ରୟଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟ କ୍ରମ ପ୍ରାରମ୍ଭରେ ଭୂତେଶ୍ୱର ନାଏକ ଅତିଥି ମାନଙ୍କୁ ମଞ୍ଚାସିନ ଓ ପରିଚୟ ପ୍ରଦାନ କରିଥିଲେ। ପରେ ଅତିଥି ମାନଙ୍କ ଦ୍ୱାରା ମା ସରସ୍ଵତୀ ଓ ଗଣେଶଙ୍କ ପ୍ରତିଛବିରେ ଦୀପ ପ୍ରଜ୍ବଳନ ମାଲ୍ୟାର୍ପଣ କରାଯାଇଥିଲା। ସଭା ପ୍ରାରମ୍ଭରେ ମହେଶ୍ୱର ମେହେର ପ୍ରାରମ୍ଭିତ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୂଖ୍ୟ ଅତିଥି ଭାବରେ ଯତୀନ୍ଦ୍ର କୁମାର ସେଠ ଯୋଗଦାନ କରିଥିଲେ। ଅନୁଷ୍ଠିତ ସଭାରେ ତରୁଣ କୁମାର ମେହେର ସଭାପତିତ୍ବ କରିଥିଲେ। ସମ୍ବର୍ଦ୍ଧନା ସଭା କାର୍ଯ୍ୟକୁ ଲୋକନାଥ ମେହେର ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅରୁଣ କୁମାର ଯୋଶୀ, ଦୁର୍ଯ୍ୟୋଧନ ହରପାଲ ଓ ମନଧର ହଂସ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ବିଦାୟ ସମ୍ବର୍ଦ୍ଧନା ସଭାରେ ସଭାପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସିଟି ସଂଘ ନୂଆପଡ଼ା ପଞ୍ଚାନନ ଖମାରୀ, ବିଜ୍ଞାନ ଶିକ୍ଷକ ପି. ଏମ. ଶ୍ରୀ. ଉଚ୍ଚ ବିଦ୍ୟାଳୟ ସିନାପାଲି ମନୋରଞ୍ଜନ ମେହେର, ସମ୍ପାଦକ ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ମହାସଂଘ ଓଡ଼ିଶା ଅଲେଖ ସାହୁ, କାର୍ଯ୍ୟକାରୀ ସଭାପତି ଏକ୍ସ କ୍ୟାଡ଼ର ଶିକ୍ଷକ ମହାସଂଘ ଓଡ଼ିଶା ମୁଖ୍ୟ ଅତିଥି ବୈଷ୍ଣବ ମେହେର, ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ଚଳନା ବିଶିଷ୍ଟ ଅତିଥି ରୁଦ୍ରେଶ୍ୱର ମେହେର ଯୋଗଦାନ କରିଥିଲେ। ପରିଶେଷରେ ଆଲୋକ ରଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଖଗେଶ୍ୱର ମେହେର, ହିରାଲାଲ ସାହୁ, ବେଣୁଧର ନାଏକ, ପୁଷ୍ପାଞ୍ଜଳି କାଚି, ସୁନିତା ମାଝୀ, ନିଲେନ୍ଦ୍ରୀ ନିଆଲ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟ କ୍ରମରେ ସିନାପାଲି ଅଞ୍ଚଳର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ।