Hot Posts

6/recent/ticker-posts

ସ୍କୁଲ ଛାତ୍ର ମାନଙ୍କୁ ଅପହରଣ ଉଦ୍ୟମ , ସୁନାବେଡା ଥାନା ରେ ଲିଖିତ ଅଭିଯୋଗ

କୋରାପୁଟ, ୨୫ / ୦୮ ( ସୁମତି ଟାକ୍ରୀ ) : କୋରାପୁଟ ଜିଲ୍ଲା ,ସେମିଳିଗୁଡା ଘଟଣା । ସେମିଳିଗୁଡା ସତ୍ୟ ନଗର ସେଣ୍ଟ ଜାଭିୟର୍ସ ସ୍କୁଲର ଦୁଇ ଜଣ ଛାତ୍ରଙ୍କୁ ଅପହରଣ୍ ଉଦ୍ୟମ କରିଥିଲେ ତିନି ଜଣ ମୁଖା ପିନ୍ଧା ଦୃର୍ବୁତ୍ତ ମାନେ 21/8/25 ତାରିଖ ଦିନ ଛାତ୍ରମାନେ ବିଦ୍ୟାଳୟ ରୁ ଫେରିବା ସମୟ ରେ ଅପହରଣ ଉଦ୍ୟମ କରିଥିଲେ। କୌଶଳ କ୍ରମେ ଛାତ୍ର ମାନେ ଖସି ପଳାଇ ଥିଲେ ଏବଂ ଘଟଣା ସମ୍ପର୍କ ରେ ତାଙ୍କ ଅଭିଭାବକ ମାନଙ୍କୁ ସବୁ କଥା କହିଥିଲେ , 22/8/25 ତାରିଖ ରେ ସୁନାବେଡା ଥାନାରେ ଛାତ୍ର ମାନଙ୍କ ଘର ଲୋକ ଓ ସମ୍ପର୍କୀୟ ଲିଖିତ ଅଭିଯୋଗ କରି ଛନ୍ତି। ସ୍କୁଲ ସଭା ପତି ମନରଞ୍ଜନ ପାତ୍ର ଓ ସୁନାବେଡ଼ା ଥାନା ଅଧିକାରୀ ସସ୍ମିତା ନାୟକ ଦୁର୍ବୃତ୍ତ ଙ୍କୁ ଧରି ଅପ ହରଣ ପଛ ର କାରଣ ତଦନ୍ତ କରୁଛନ୍ତି, ସୁନାବେଡା ଥାନା ଅଧିକାରୀ ସୁସୁମା କୁଆଁର ଓ ଏ ଏସ ଆଇ ବାଲ କୃଷ୍ଣ୍ ରଥ ଏହି ମାମଲା କୁ ତଦନ୍ତ କରୁଛନ୍ତି ଏ ନେଇ ରବିବାର ଏକ ବୈଠକ ରେ ସ୍କୁଲ କତ୍ରୁ ପକ୍ଷ ଓ ଅଭି ଭାବକ ମିଟିଂ ରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରି ପୋଲିସ ପ୍ରଶାସନ ଏଥି ପ୍ରତି ଗୁରୁତ୍ଵ ସହ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି। ଏ ନେଇ ଗଣ ମାଧ୍ୟମ ପଚାରିବାରୁ ମାମଲାର ତଦନ୍ତ ଚାଲିଛି ଖୁବ୍ ଶ୍ରୀଘ୍ ସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି, ସୁନାବେଡା ଥାନା ଅଧିକାରୀ ସୁଷମା କୁଆଁର।

ସୁନାବେଡ଼ାରୁ ସୁମତି ଟାକ୍ରୀ ଙ୍କ ରିପୋର୍ଟ