ଉମରକୋଟ ଠାରେ ସାର ଅଭାବ ଯୋଗୁଁ ରାସ୍ତା ଅବରୋଧ
ଉମରକୋଟ, ୨୫ / ୦୮ (ପର୍ଶୁରାମ ନାୟକ) : ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ଇୟୁରିଆ ସାର ଅଭାବ ଯୋଗୁଁ ଆଜି ପୁରୁଣା ବସଷ୍ଟାଣ୍ଡ ନିକଟରେ ବ୍ଳକର ଶତାଧିକ ଲୋକ ରାସ୍ତା ଅବରୋଧ କରିଥିଲେ। ଜିଲ୍ଲାରେ ପ୍ରତିବର୍ଷ ଖରିଫ୍ ଋତୁରେ ରାସାୟନିକ ସାରର ଅଭାବ ଦେଖିବାକୁ ମିଳିଥାଏ। କିନ୍ତୁ ଚଳିତ ବର୍ଷ ଅନ୍ୟ ବର୍ଷ ତୁଳନାରେ ଅଧିକ ହୋଇଛି। ବିଶେଷକରି ଝରିଗାଁ ,ରାଇଘରରେ ମଧ୍ୟ ଇୟୁରିଆ ସାରର ଅଭାବ ଯୋଗୁଁ ସରକାରୀ ସାର ବିକ୍ରୟ କେନ୍ଦ୍ର ଗୁଡିକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଆଜି ପରିସ୍ଥିତି ହେତେ ଅସମ୍ଭାଳ ହୋଇପଡିଛି। ଚାଷି ଉମରକୋଟ ସହରରେ ଧାନ ଗଛ ଧରି ରାସ୍ତା ଅବରୋଧ କରି ବସିଥିଲେ। ଫଳରେ ଉମରକୋଟ ଓ ନବରଙ୍ଗପୁରକୁ ଯିବା ପାଇଁ ଯାତାୟତ କରିବାରେ ଭାଧା ପ୍ରାପ୍ତ ହୋଇଥିଲା। ଇୟୁରିଆ ସାର ନମିଳିଲେ ଆମି ରାସ୍ତାରୁ ହଟିବୁ ନାହିଁ ବୋଲି ମଧ୍ୟ କହୁଥିଲେ। ଚାଷି ଗତ ଶନିବାର ଠାରୁ ଆଜି ପର୍ଯ୍ୟନ୍ତ ସାର ପାଇଁ ଟକେନ ଧରି ବସିଥିବାର ଦେଖିବାକୁ ମିଳିଛି।
ଶନିବାର ଦିନ ଉମରକୋଟକୁ ୧୭ଶହ କୁଣ୍ଟାଲ ଇୟୁରିଆ ସାର ଆସିଲା।ହେଲେ ଉମରକୋଟ ଲେମ୍ପକୁ ମାତ୍ର ୬୦୦ ବସ୍ତା ଆସିଥିଲା। କିନ୍ତୁ ପ୍ରାୟ ୧୬ ଶହ ଚାଷି ସାର ନେବାକୁ ଆସିଥିଲେ। ହେତେ ଲୋକଙ୍କ ଭିଡ଼ ଦେଖି ଲେମ୍ପର କର୍ତ୍ତୁପକ୍ଷ ପୋଲିସର ସହାୟତା ନେଇ ସାର ବାଣ୍ଟିବା ଆରମ୍ଭ କରିଥିଲେ। ମାତ୍ର ଚାରିଜଣ ସାର ନେବା ପରେ। ଚାଷି ଲେମ୍ପ ଭିତରକୁ ପଶିବାରୁ ସାର ବାଣ୍ଟିବା ବନ୍ଧ କରି ଦିଆଯାଇଥିଲା। ଆଜି ଲେମ୍ପ ଖୋଳିବା ପରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସାର ବାଣ୍ଟିବା ସମ୍ଭବ ହୋଇ ପାରିନଥିଲା। ଅସାଧୁ ବ୍ୟାବସାୟିଙ୍କ କଳା କାରାନାମା କଳା ବ୍ୟାପାର କରିବା ପାଇଁ ସାର ବିଭିନ୍ନ ଗ୍ରାମରେ ଲୁଛେଇ ରଖି କୃତ୍ରିମ ଅଭାବ ସୃଷ୍ଟି କରି ଅଧିକା ଦରରେ ସାର ବିକ୍ରି କରୁଥିବା ବିଭିନ୍ନ ସ୍ଥାନରୁ ଅଭିଯୋଗ ହେଉଅଛି। ଚାଷିଙ୍କ ମୁହଁରୁ ଗୋଟିଏ ଜିଦ୍ ଥିଲା ଯେ ସାର ଦେଲେ ରାଜ ରାସ୍ତାରୁ ହଟିବୁ । ଏନେଇ ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଥିବା ଜଣାପଡିଛି।