Hot Posts

6/recent/ticker-posts

ଦିଗାମ୍ବର ସାନ୍ତାଙ୍କୁ BJP ରୁ ନୂଆ ଦାୟିତ୍ୱ — ଚଚା ମଣ୍ଡଳ ସଭାପତି ଭାବେ ମନୋନୀତ

ଝରିଗାଁ, ୨୬ / ୦୮ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗା ଚଚା ଜୋନର ମଣ୍ଡଳ ବିଜେପି ସଭାପତି ଭାବେ ମନୋନୀତ କରାଯାଇଛି ଦିଗାମ୍ବର ସାନ୍ତା ଙ୍କୁ ଦିର୍ଘ ଦିନ ଧରି ଚଚା ମଣ୍ଡଳ ସଭାପତି ଖାଲି ଥିବା ବେଳେ ଏନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଣ୍ଡଳ ସଭାପତି ଭାବେ ନିଯୁକ୍ତି ନେଇ ଜିଲ୍ଲା ସଭାପତି ନିକଟରେ ଏକ ଚିଠି ପଠାଯାଇଥିଲା । ତେବେ ଦିଗାମ୍ବର ସାନ୍ତା ଙ୍କୁ ଚଚା ମଣ୍ଡଳ ସଭାପତି ଭାବେ ମନୋନୀତ କରିଥିବାରୁ ଅଞ୍ଚଳବାସୀ ସ୍ଵାଗତ କରିବା ସହ ଖୁସୀ ପ୍ରକଟ କରିଛନ୍ତି । ଚଚା ମଣ୍ଡଳ ୮ ଗୋଟି ପଞ୍ଚାୟତ ନେଇ ଗଠିତ ହୋଇଥିବା ବେଳେ ଦଳକୁ ସୁଦୃଢ କରିବେ ବୋଲି କର୍ମୀମାନେ ଆଶା ରଖିଛନ୍ତି। ଦିଗାମ୍ବର ଙ୍କୁ ସବୁ ମହଳରୁ ସ୍ଵାଗତ ସମ୍ବର୍ଦ୍ଧନା ଅଭିନନ୍ଦନ ଜଣାଇଥିବା ବେଳେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ଝରିଗାଁ ବିଧାୟକ ନରସିଂଭତ୍ରା ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ, ଝରିଗାଁ ମଣ୍ଡଳ ସଭାପତି ସୁକାଳୁ ଗଣ୍ଡ ଧୋଡ୍ରା ମଣ୍ଡଳ ସଭାପତି ଭୂଜବଳ ଗୌଡ ଶୁଭେଚ୍ଛା ଜଣାଇଛନ୍ତି।