୧୦ ବର୍ଷୀୟ ନାବାଳିକା ଉପରେ ବାରମ୍ବାର ଦୁଷ୍କର୍ମ, ଭିଣୋଇ ସହିତ ୨ ଜଣ ଗିରଫ
ଉଦଳା, ୦୭ / ୦୮ : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଦାୟନୀୟ ଏବଂ ମନ କମ୍ପାଇଦେଇଥିବା ଏକ ଘଟଣା ଉଜାଗର ହୋଇଛି, ଯେଉଁଠାରେ ଜଣେ ୧୦ ବର୍ଷୀୟ ନାବାଳିକାକୁ ବିଭିନ୍ନ ସମୟରେ ଦୁଷ୍କର୍ମ କରିବା ଅଭିଯୋଗରେ ତିନି ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ନାବାଳିକାଙ୍କ ଭିଣୋଇ, ଜଣେ ନାବାଳକ ଓ ଜଣେ ଯୁବକ ଅଛନ୍ତି। ପୋଲିସ ମୂଳ ସୂଚନା ଅନୁସାରେ, ଗତ ଏକ ମାସ ମଧ୍ୟରେ ଏହି ଅଭିଯୁକ୍ତମାନେ ଅଲଗା ଅଲଗା ସମୟରେ ନାବାଳିକାଙ୍କୁ ଶାରୀରିକ ଶୋଷଣ କରିଥିଲେ। ଘଟଣା ପରେ ଦେଢ଼ ମାସ ବିତିଯିବା ପରେ ନାବାଳିକା ଅସୁସ୍ଥ ହୋଇ ବାରିପଦା ପିଆରଏମ ମେଡିକାଲରେ ଚିକିତ୍ସା ସମୟରେ ଘଟଣା ବିଷୟରେ ତାଙ୍କ ମାଆଙ୍କୁ ଜଣାଇଥିଲେ। ଏହା ପରେ ମାତୃମୂଖରୁ ଖୁଣ୍ଟା ଥାନାକୁ ତିନୋଟି ଅଲଗା ଅଭିଯୋଗ ଦାୟର କରାଯାଇଥିଲା। ପୋଲିସ ତଦନ୍ତ ଆରମ୍ଭ କରି ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତରେ ଏହା ବି ଉଜାଗର ହୋଇଛି ଯେ, ନାବାଳିକାଙ୍କ ଭିଣୋଇ ତାଙ୍କୁ ଘରକୁ ନେଇ ବଳାତ୍କାର କରିଥିଲେ, ଏବଂ ଏହା ପୂର୍ବରୁ ମଧ୍ୟ ସେ ଏପରି ଅପରାଧ କରିଥିଲେ। ଘଟଣା ଉପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆକ୍ରୋଶ ଓ ଆଲୋଡ଼ନ ସୃଷ୍ଟି ହୋଇଛି। ପୋଲିସ ପକ୍ଷରୁ ଅଭିଯୁକ୍ତମାନଙ୍କୁ ନ୍ୟାୟାଳୟରେ ହାଜର କରିବା ସହ ତଦନ୍ତ ଜାରି ରଖାଯାଇଛି। ଏହି ମାମଲା ଓଡ଼ିଶାର ଶିଶୁ ସୁରକ୍ଷା ପ୍ରଣାଳୀ ପ୍ରତି ଗମ୍ଭୀର ପ୍ରଶ୍ନ ଉଠାଇଛି।